|
logo
Live

Argus News - ସୁନ୍ଦରଗଡ଼ କୁଣ୍ଡୁକେଲାରେ ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ

Odisha

ସୁନ୍ଦରଗଡ଼ କୁଣ୍ଡୁକେଲାରେ ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ

Ritu Das
Browse all articles by Ritu Das
·2 years ago·3 min read
ସୁନ୍ଦରଗଡ଼ କୁଣ୍ଡୁକେଲାରେ ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ

Key Points

•    ଦେଉଳି ପଞ୍ଚାୟତର ମହାଦେବ ମୁଣ୍ଡା ବ୍ୟାଙ୍କ୍ ଖାତା ଜରିଆରେ ମୋଦି ସରକାର ପଠାଉଥିବା ମନରେଗା ଟଙ୍କା ପାଉଛନ୍ତି, ଏହା ହିଁ ନୂଆ ଭାରତ 
•     ମହାଦେବ ମୁଣ୍ଡାଙ୍କ ପରି ଲୋକମାନେ ହିଁ ଆଗାମୀ ଦିନରେ ଦେଶର ନେତୃତ୍ୱ ନେବେ 
•    ମୋଦି ସରକାରଙ୍କ ବିଭିନ୍ନ ଯୋଜନାର ଲାଭାର୍ଥୀଙ୍କୁ ଭେଟିଲେ, ବୃକ୍ଷରୋପଣ ସହ ପ୍ରଦର୍ଶିତ ଷ୍ଟଲ୍ ବୁଲିଲେ କେନ୍ଦ୍ରମନ୍ତ୍ରୀ 
•    ମୋଦି ସରକାରରେ ‘ବିକଶିତ ଭାରତ’ର ମୂଳଦୁଆ ପଡିଛି, ମୋଦି ସରକାରରେ ହୋଇଥିବା କାମକୁ ଲୋକମାନଙ୍କ ପାଖରେ ପହଞ୍ଚାଇବା 
•    ମୋଦି ସରକାର ଓଡ଼ିଶାକୁ ୧୮ ଲକ୍ଷ କୋଟି ଟଙ୍କା ଆସିଥିବା ବେଳେ କଂଗ୍ରେସ ସରକାର ଓଡ଼ିଶାକୁ ୩ ଲକ୍ଷ କୋଟି ଟଙ୍କା ଆସିଛି 
•    ମୋଦି ସରକାରରେ ଓଡ଼ିଶାକୁ ଆବାସ ଯୋଜନାରେ ୩୨ ଲକ୍ଷରୁ ଉର୍ଦ୍ଧ୍ୱ ଘର, ସ୍ୱଚ୍ଛ ଭାରତରେ ୭୭ ଲକ୍ଷରୁ ଉର୍ଦ୍ଧ୍ୱ ଶୌଚାଳୟ, ଉଜ୍ଜ୍ୱଳା ଯୋଜନାରେ ୫୩ ଲକ୍ଷ ଘରେ ଗ୍ୟାସ ସଂଯୋଗ ହୋଇଛି
•    ସୁନ୍ଦରଗଡ ଜିଲ୍ଲାକୁ ଡିମଏଫ ବାବଦକୁ ବାର୍ଷିକ ୧୨୦୦ କୋଟି ଟଙ୍କା ଆସୁଛି 
•    ମୋଦି ସରକାରରେ ଜନଜାତିଙ୍କ ଦ୍ୱାରା ଉତ୍ପାଦିତ ମାଣ୍ଡିଆର ପ୍ରଚାର ପ୍ରସାର ବ୍ୟାପକ ହୋଇଛି
•    ମୋଦି ଦିଲ୍ଲୀରୁ ଗ୍ରାମାଞ୍ଚଳରେ ରହୁଥିବା ଲୋକଙ୍କୁ ଡିବିଟି ମାଧ୍ୟମରେ ପଠାଉଥିବା ଟଙ୍କାର ପ୍ରକ୍ରିୟାରେ ପାରଦର୍ଶୀତା ଆସିଛି 
 

ଅର୍ଗସ ବ୍ୟୁରୋ: ମୋଦି ସରକାରରେ ବିକଶିତ ଭାରତର ମୂଳଦୁଆ ସ୍ଥାପନ ହୋଇଛି । ଆଜି ସ୍ଥାନୀୟ ସ୍ଥାନୀୟ ଅଞ୍ଚଳର ଜନଜାତି ସମ୍ପ୍ରଦାୟର ମହାଦେବ ମୁଣ୍ଡା ବ୍ୟାଙ୍କ୍ ଖାତା ଜରିଆରେ ମୋଦି ସରକାର ପଠାଉଥିବା ମନରେଗା ଟଙ୍କା ପାଉଛନ୍ତି, ଏହା ହିଁ ନୂଆ ଓ ପ୍ରଗତିଶୀଳ ଭାରତ ବୋଲି ବୁଧବାର ସୁନ୍ଦରଗଡ଼ ଜିଲ୍ଲାର କୁଣ୍ଡୁକେଲାରେ ଆୟୋଜିତ  ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ରେ ସାମିଲ ହେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।   

ଶ୍ରୀ ପ୍ରଧାନ କହିଛନ୍ତି ଯେ ସ୍ୱାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ତଥା ଜନଜାତୀୟ ଗୌରବ ଦିବସରୁ ପାରମ୍ପରିକ କଳା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସଚେତନତା ରଥ ମାଧ୍ୟମରେ ଏଭଳି ଅଭିନବ ବ୍ୟାପକ ଜନସମ୍ପର୍କ ଅଭିଯାନ ଆରମ୍ଭ ହୋଇଛି । ମୋଦି ସରକାରଙ୍କ ଯୋଜନାର ଶତପ୍ରତିଶତ ପ୍ରସାର ଲକ୍ଷ୍ୟରେ ଆରମ୍ଭ ହୋଇଥିବା ଏହି ଅଭିଯାନ ପ୍ରଶଂସନୀୟ । ଦେଉଳି ପଞ୍ଚାୟତର ମହାଦେବ ମୁଣ୍ଡା ମନରେଗା ଯୋଜନାର ଲାଭାର୍ଥୀ ଅଟନ୍ତି । ଏହି ଯୋଜନାରେ ଶହେ କାମ କରି ସେ ନିଜ ବ୍ୟାଙ୍କ୍ ଖାତାରେ ଟଙ୍କା ପାଇପାରୁଛନ୍ତି । ଅତି ସହଜରେ ସ୍ମାର୍ଟ ଫୋନ ମାଧ୍ୟମରେ ତା’ର ତଥ୍ୟ ପାଉଛନ୍ତି । ସେ ହିଁ ନୂଆ ଭାରତର ଚେହେରା । ଏ ହିଁ ଆଗାମୀ ଦିନରେ ନେତୃତ୍ୱ ନେବେ ।   

ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଭିନ୍ନ ପ୍ରକଳ୍ପ ଓ ଭିତ୍ତିଭୂମି ବିକାଶ ପାଇଁ ମୋଦି ସରକାର ଓଡ଼ିଶାକୁ ବିଗତ ବର୍ଷରେ ୧୮ ଲକ୍ଷ କୋଟି ଟଙ୍କା ଦେଇଥିବା ବେଳେ କଂଗ୍ରେସ ସରକାର ଶେଷ ୧୦ ବର୍ଷରେ ଓଡ଼ିଶାକୁ ମାତ୍ର ୩ ଲକ୍ଷ କୋଟି ଟଙ୍କା ଆସିଛି । ମୋଦି ସରକାର ଓଡ଼ିଶାକୁ ଆବାସ ଯୋଜନାରେ ୩୨ ଲକ୍ଷରୁ ଉର୍ଦ୍ଧ୍ୱ ଘର ପ୍ରଦାନ କରିଛନ୍ତି । ସ୍ୱଚ୍ଛ ଭାରତ ଯୋଜନାରେ ୭୭ ଲକ୍ଷରୁ ଉର୍ଦ୍ଧ୍ୱ ଶୌଚାଳୟ ନିର୍ମାଣ ହୋଇଛି । ଉଜ୍ଜ୍ୱଳା ଯୋଜନାରେ ରାଜ୍ୟରେ ୫୩ ଲକ୍ଷ ଗରିବ ମାଆ ମାନଙ୍କ ଘରେ ଗ୍ୟାସ ସଂଯୋଗ ହୋଇଛି । ଖଣି ରାଜସ୍ୱ ୫ ହଜାର କୋଟି ରୁ ୫୦ ହଜାର କୋଟି ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ଜନଜାତି ଅଧ୍ୟୁଷିତ ଜିଲ୍ଲାରେ ଡିଏମଏଫ ଫଣ୍ଡ ଗଠନ କରି ସ୍ଥାନୀୟ ଜନଜାତିଙ୍କ ବିକାଶ କଥା ଚିନ୍ତା କରିଛନ୍ତି । ସୁନ୍ଦରଗଡ ଜିଲ୍ଲାକୁ ଡିଏମଏଫ୍ ବାବଦକୁ ବାର୍ଷିକ ୧ ହଜାରରୁ ୧୨୦୦ କୋଟି ଟଙ୍କା ଆସୁଛି ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମୋଦି ସରକାରରେ ଜନଜାତିଙ୍କ ଦ୍ୱାରା ଉତ୍ପାଦିତ ମାଣ୍ଡିଆର ପ୍ରଚାର ପ୍ରସାର ବ୍ୟାପକ ହୋଇଛି । ମନରେଗାରେ ସ୍ଥାନୀୟ ଅଞ୍ଚଳର ମହାଦେବ ମୁଣ୍ଡା ବ୍ୟାଙ୍କ୍ ଖାତା ଜରିଆରେ ମୋଦି ସରକାର ପଠାଉଥିବା ଅର୍ଥ ପାଉଛନ୍ତି । ମୋ ସରକାର ଗରିବ ଓ ସାଧାରଣ ଲୋକଙ୍କ ପାଇଁ ସମର୍ପିତ ରହିଥିବା କଥାକୁ ପ୍ରଧାନମନ୍ତ୍ରୀ କ୍ରିୟାନ୍ୱୟନ କରି ଦେଖାଇଛନ୍ତି । ମୋଦି ଦିଲ୍ଲୀରୁ ଗ୍ରାମାଞ୍ଚଳରେ ରହୁଥିବା ଲୋକଙ୍କୁ ଡିବିଟି ମାଧ୍ୟମରେ ପଠାଉଥିବା ଟଙ୍କାର ପ୍ରକ୍ରିୟାରେ ପାରଦର୍ଶୀତା ଆସିଛି । ଶତପ୍ରତିଶତ ସୁବିଧା ଯୋଗାଇ ଦିଆଯାଉଛି ।  ବିକଶିତ ଭାରତ ସଂକଳ୍ପ ଯାତ୍ରା ମାଧ୍ୟମରେ ଜନଜାତି ସମେତ ସବୁ ବର୍ଗର ଲୋକମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାର୍ତ୍ତା ଓ ଜନକଲ୍ୟାଣକାରୀ ଯୋଜନାକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା ଦରକାର । ତେବେ ଯାଇ ଆମ ବିକଶିତ ଭାରତର ଯାତ୍ରା ପ୍ରଶସ୍ତ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ସମବେତ ଜନତାଙ୍କୁ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ କରିବା ପାଇଁ ସଂକଳ୍ପ କରାଇଥିଲେ । ମୋଦି ସରକାରଙ୍କ ଦ୍ୱାରା ବିଭିନ୍ନ ଯୋଜନାର ଲାଭାର୍ଥୀଙ୍କୁ ଭେଟିଥିଲେ । ବୃକ୍ଷରୋପଣ ସହ ପ୍ରଦର୍ଶିତ ଷ୍ଟଲ୍ ବୁଲିବା ସହ ଏହାର ପ୍ରଶଂସା କରିଥିଲେ। 

ଅଧିକ ପଢ଼ନ୍ତୁ ରାଜନୀତି ଖବର

Sponsored
ସୁନ୍ଦରଗଡ଼ କୁଣ୍ଡୁକେଲାରେ ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ | Argus News