Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ସମସ୍ତଙ୍କୁ ସାଙ୍ଗରେ ନେଇ ସଭିଙ୍କ ସ୍ୱପ୍ନକୁ ସାକାର କରିବା ‘ବିକଶିତ ଭାରତ’ର ପ୍ରମୁଖ ସଂକଳ୍ପ

Odisha

ସମସ୍ତଙ୍କୁ ସାଙ୍ଗରେ ନେଇ ସଭିଙ୍କ ସ୍ୱପ୍ନକୁ ସାକାର କରିବା ‘ବିକଶିତ ଭାରତ’ର ପ୍ରମୁଖ ସଂକଳ୍ପ

Jitendra Dash
Browse all articles by Jitendra Dash
·2 years ago·1 min read
ସମସ୍ତଙ୍କୁ ସାଙ୍ଗରେ ନେଇ ସଭିଙ୍କ ସ୍ୱପ୍ନକୁ ସାକାର କରିବା ‘ବିକଶିତ ଭାରତ’ର ପ୍ରମୁଖ ସଂକଳ୍ପ

ଅର୍ଗସ ବ୍ୟୁରୋ : କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ରାଉରକେଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ର ଲାଭାର୍ଥୀ ମାନଙ୍କ ସହିତ ଆଲୋଚନା ଓ ଲୋକକଲ୍ୟାଣକାରୀ ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମରେ ସାମିଲ ହୋଇ ମୋଦି ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାକୁ ସବୁଠି ପହଞ୍ଚାଇବା ପାଇଁ ଆହ୍ୱାନ କରିଛନ୍ତି ।   

ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ର ରଥ ଆଜି ମୋଦି ଗ୍ୟାରେଣ୍ଟି ଗାଡି ଭାବରେ ଜନପ୍ରିୟ ହୋଇଛି । ଏନ୍ଆଇଟି ରାଉରକେଲାକୁ ମଧ୍ୟ 'ମୋଦି ରଥ' ଆସିଛି । ଆଜିର ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଭାରତ ସରକାରଙ୍କ ଯୋଜନାର ଲାଭାର୍ଥୀ ହୋଇଥିବା ରାୟଗଡ଼ାର ଚାଷୀ ପୂର୍ଣ୍ଣଚନ୍ଦ୍ର ବେନିଆଙ୍କ ସମେତ ଅନେକ ହିତାଧିକାରୀଙ୍କ ସହ କଥା ହୋଇଛନ୍ତି। ପୂର୍ଣ୍ଣଚନ୍ଦ୍ର ବେନିଆ ଭାରତ ସରକାରଙ୍କର ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା, ପିଏମ୍ କିଷାନ, ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଉପକୃତ ହୋଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସମସ୍ତଙ୍କ କଲ୍ୟାଣ ପାଇଁ ମୋଦିଜୀ ଦେଇଥିବା ଗ୍ୟାରେଣ୍ଟି ଉପରେ ତାଙ୍କର ଅଗାଢ଼ ବିଶ୍ୱାସ ରହିଛି । 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସମସ୍ତଙ୍କୁ ସାଙ୍ଗରେ ନେଇ ସଭିଙ୍କ ସ୍ୱପ୍ନକୁ ସାକାର କରିବା ବିକଶିତ ଭାରତର ପ୍ରମୁଖ ସଂକଳ୍ପ ହୋଇଛି । ଦେଶ ଆଜି ଆଗକୁ ବଢୁଛି । ଭାରତକୁ ବିଶ୍ୱର  ଦେଶରେ ପରିଣତ କରିବା ଆମର ସାମୂହିକ ଦାୟିତ୍ୱ । ଆମେ ସମସ୍ତେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତକୁ ବିକଶିତ କରିବା ପାଇଁ ସଂକଳ୍ପ ନେବା ସହ ତାଙ୍କର ନିରନ୍ତର ପରିଶ୍ରମକୁ ସାର୍ଥକ କରିବା ବୋଲି ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି । ଉଲ୍ଲେଖନୀୟ ଯେ, ଏହି ଅବସରରେ ଶ୍ରୀ ପ୍ରଧାନ ଏନଆଇଟି ରାଉରକେଲାର ଛାତ୍ରଛାତ୍ରୀଙ୍କୁ ବିକଶିତ ଭାରତ ପାଇଁ ପଞ୍ଚ ପ୍ରଣର ଶପଥ ପାଠ ମଧ୍ୟ କରାଇଥିଲେ ।

Sponsored
The Union Minister participated in the 'Viksit Bharat Sankalp Yatra' | Argus News