Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଧବଳେଶ୍ଵରଙ୍କ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ

Odisha

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଧବଳେଶ୍ଵରଙ୍କ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ

Ritu Das
Browse all articles by Ritu Das
·2 years ago·1 min read
ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଧବଳେଶ୍ଵରଙ୍କ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ

ଅର୍ଗସ ବ୍ୟୁରୋ: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ବାବା ଧବଳେଶ୍ଵରଙ୍କ ଦର୍ଶନ କରି ଆଶୀର୍ବାଦ ନେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମନ୍ଦିରରେ ପହଞ୍ଚିବା ପରେ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ଥାନୀୟ କର୍ମକର୍ତ୍ତା ଏବଂ ମନ୍ଦିର କର୍ତ୍ତୃପକ୍ଷଙ୍କ ତରଫରୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ମହାଦେବଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିବା ସହ ରାଜ୍ୟ ତଥା ଦେଶର ମଙ୍ଗଳ କାମନା କରିଥିଲେ କେନ୍ଦ୍ରମନ୍ତ୍ରୀ।  

ତେବେ ପୀଠର ଅବ୍ୟବସ୍ଥା ଦେଖି ଉଦବେଗ ପ୍ରକାଶ କରିଥିଲେ ଧର୍ମେନ୍ଦ୍ର। କହିଥିଲେ ଏ ଧାମ ପ୍ରତି ଓଡ଼ିଆଙ୍କର ଯେତିକି ଆସ୍ଥା ଅଛି, ସେହି ତୁଳନାରେ ଏଠାରେ ବ୍ୟବସ୍ଥା କମ୍ ଅଛି। ନିଜ କ୍ଷମତା ଓ ଦାୟିତ୍ଵ ଭିତରେ ଯାହା ସମ୍ଭବ କରିବି ବୋଲି କହିଛନ୍ତି ଧର୍ମେନ୍ଦ୍ର ।
କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଆମ ରାଜ୍ୟର ଏକ ପବିତ୍ର ପୀଠରେ ବାବା ଧବଳେଶ୍ଵରଙ୍କ ଦର୍ଶନ ମିଳିଥିବାରୁ ନିଜକୁ ଭାଗ୍ୟବାନ ବୋଲି କହିଲେ ଧର୍ମେନ୍ଦ୍ର । ପିଲା ଦିନରୁ ଏହି ରାସ୍ତା ଦେଇ ଯିବା ଆସିବା କରିବା ସତ୍ବେ ବାବାଙ୍କ ଦର୍ଶନ କରିପାରିନଥିଲି ବୋଲି ମନ୍ତ୍ରୀ କହିଛନ୍ତି । ତେଣୁ ଆଜି ସେହି ସୌଭାଗ୍ୟ ମିଳିଛି । ପ୍ରଥମ ଥର ପାଇଁ ବାବା ଧବଳେଶ୍ଵରଙ୍କ ଦର୍ଶନ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ । 

ସ୍ଥାନୀୟ ନାଗରିକ, ପୂଜକ ଏବଂ ଗୁରୁଜନ ମାନଙ୍କ ପାଖରେ କୃତଜ୍ଞତା ଜ୍ଞାପନ କରିଛନ୍ତି ଧର୍ମେନ୍ଦ୍ର । ପ୍ରଶାସନିକ ଅଧିକାରୀ ମାନଙ୍କୁ ସୁବ୍ୟବସ୍ଥାରେ ଦର୍ଶନ ପାଇଁ ଧନ୍ୟବାଦ ଦେଲେ ମନ୍ତ୍ରୀ । ଆମ ଦେଶ ଭାରତ ଏବଂ ଆମ ରାଜ୍ୟ ଓଡ଼ିଶା ଉପରେ ବାବାଙ୍କର ଆଶୀର୍ବାଦ ରହୁ ବାବା ଧବଳେଶ୍ଵରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ରାଜନୀତି ଖବର 
 

Sponsored
The Union Minister | Argus News