Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଅନୁଗୋଳ ଜିନ୍ଦଲସ୍ଥିତ ଜଗନ୍ନାଥ ମନ୍ଦିର ସଫେଇ କାର୍ଯ୍ୟରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ

Odisha

ଅନୁଗୋଳ ଜିନ୍ଦଲସ୍ଥିତ ଜଗନ୍ନାଥ ମନ୍ଦିର ସଫେଇ କାର୍ଯ୍ୟରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ

Ritu Das
Browse all articles by Ritu Das
·2 years ago·1 min read
ଅନୁଗୋଳ ଜିନ୍ଦଲସ୍ଥିତ ଜଗନ୍ନାଥ ମନ୍ଦିର ସଫେଇ କାର୍ଯ୍ୟରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ

ଅର୍ଗସ ବ୍ୟୁରୋ: ପବିତ୍ର ଅଯୋଧ୍ୟା ଧାମରେ ଭବ୍ୟ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ହେବା ପାଇଁ ଯାଉଥିବା ବେଳେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁଗୋଳ ଜିଲ୍ଲା ଜିନ୍ଦଲ ନଗର ସ୍ଥିତ ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରରେ ସଫେଇ କାର୍ଯ୍ୟରେ ସାମିଲ ହୋଇ ଶ୍ରମଦାନ କରିଛନ୍ତି। 

ଶ୍ରୀ ପ୍ରଧାନ କହିଛନ୍ତି ଯେ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଯାଇଛି । ଓଡ଼ିଶା ସମେତ ଦେଶର କୋଣ ଅନୁକୋଣରେ ଜନସାଧାରଣମାନେ ଶ୍ରୀରାମଙ୍କ ସ୍ୱାଗତ କରିବା ପାଇଁ ଉତ୍ସାହିତ ଅଛନ୍ତି । ଏହା ଆମ ଦେଶ ପାଇଁ ଏକ ମହାନ ଅବସର । ପ୍ରଭୁ ଶ୍ରୀରାମଙ୍କ ଆଗମନକୁ ଆହୁରି ଭବ୍ୟ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଠାରୁ ଜାନୁଆରୀ ୨୨ ତାରିଖ ପର୍ଯ୍ୟନ୍ତ ଆମର ସମସ୍ତ ମନ୍ଦିର ଓ ତୀର୍ଥକ୍ଷେତ୍ରକୁ ସ୍ୱଚ୍ଛ ରଖିବା ପାଇଁ ଶ୍ରମଦାନ କରିବା ପାଇଁ ଜନସାଧାରଣଙ୍କୁ ଅପିଲ କରିଛନ୍ତି । 

ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ  ଜିନ୍ଦଲ ନଗର ସ୍ଥିତ ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରରେ ସଫେଇ କାର୍ଯ୍ୟରେ ସାମିଲ ହେବା ମୋର ସୌଭାଗ୍ୟ । ଭକ୍ତ ଓ ଭଗବାନଙ୍କ ସେବାରେ ହିଁ ଆତ୍ମସନ୍ତୋଷ ମିଳେ । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଆସନ୍ତାକାଲି ଠାରୁ ଆଖପାଖ ମନ୍ଦିର ଓ ତୀର୍ଥସ୍ଥଳୀକୁ ପବିତ୍ର ରଖିବା ପାଇଁ ଆମେ ସମସ୍ତେ ନିଜ ନିଜର ଶ୍ରମଦାନ ରଖିବା । ସେହିପରି ଜାନୁଆରୀ ୨୨ ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ଦିନ ଦୀପ ଜାଳି ଦିନଟିକୁ ଦୀପାବଳି ଉତ୍ସବ ଭାବରେ ପାଳନ କରିବା ପାଇଁ ଶ୍ରୀ ପ୍ରଧାନ ଲୋକ ମାନଙ୍କୁ ନିବେଦନ କରିଛନ୍ତି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ରାଜନୀତି ଖବର 
 

Argus Whatsapp Channel Mobile Top
Sponsored
The Union Minister | Argus News