Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସମ୍ବଲପୁର କୁଞ୍ଜେଲପଡ଼ାରେ ଘର ଘର ବୁଲି ପ୍ରଚାର କଲେ କେନ୍ଦ୍ରମନ୍ତ୍ରୀ

Ritu Das
Browse all articles by Ritu Das
·2 years ago·1 min read
ସମ୍ବଲପୁର କୁଞ୍ଜେଲପଡ଼ାରେ ଘର ଘର ବୁଲି ପ୍ରଚାର କଲେ କେନ୍ଦ୍ରମନ୍ତ୍ରୀ

ଅର୍ଗସ ବ୍ୟୁରୋ: ସମ୍ବଲପୁର କୁଞ୍ଜେଲପଡ଼ାରେ ଘର ଘର ବୁଲି ପ୍ରଚାର କଲେ କେନ୍ଦ୍ରମନ୍ତ୍ରୀ । ମୋଦୀଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବା ସହ ରାଜ୍ୟରେ ବିଜେପି ସରକାର ଗଠନ କରିବା ପାଇଁ ଆଶୀର୍ବାଦ କାମନା କଲେ । କହିଲେ ଲୋକଙ୍କ ମଧ୍ୟରେ ବିଜେପିକୁ ନେଇ ବହୁତ ଉତ୍ସାହ ଓ ସମର୍ଥନ ଅଛି । ପ୍ରଧାନମନ୍ତ୍ରୀ ଏବଂ ଦଳର ନେତୃତ୍ୱ ଜନସାଧାରଣଙ୍କ ଆସ୍ଥାଭାଜନ ହୋଇଛି । ମୋଦୀ ଗ୍ୟାରେଣ୍ଟି ଲୋକଙ୍କ ଜୀବନକୁ ସହଜ ଓ ସରଳ କରିଛି । 

ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ହିଁ ବିକଶିତ ସମ୍ବଲପୁର ଓ ବିକଶିତ ଓଡ଼ିଶା ସାକାର ହୋଇ ପାରିବ ବୋଲି ସମସ୍ତଙ୍କ ଆଗାଢ ବିଶ୍ୱାସ ରହିଛି । ଐତିହାସିକ କୁଞ୍ଜେଲପଡାର ଜନମତ ଓଡ଼ିଶାରେ ବିଜେପି ସରକାରର ବଡ ସଙ୍କେତ ଦେଉଛି । 

ଏହି ପ୍ରଚାର କାଳରେ ଶ୍ରୀ ପ୍ରଧାନ କୁଞ୍ଜେଲପଡାରେ ମିଞ୍ଜୁ କାକାଙ୍କ ଦୋକାନରୁ କାର୍ଯ୍ୟକର୍ତ୍ତାଙ୍କ ଗହଣରେ ସରସତିଆର ମଜା ନେଇଥିଲେ । କାର୍ଯ୍ୟକର୍ତ୍ତାଙ୍କ ସାଥୀରେ ଚାଉଳ ବରା ଖାଇବା ସହ କିଶୋର ଦଣ୍ଡସେନା ଭାଇଙ୍କ ଦୋକାନରୁ ଚା’ ପିଇଥିଲେ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ରାଜନୀତି ଖବର 
 

Sponsored
The Union Minister | Argus News