Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଜି ଆଠଗଡ଼ ବିଜେପି କୋର କମିଟି ବୈଠକରେ ଯୋଗଦେବେ କେନ୍ଦ୍ରମନ୍ତ୍ରୀ

Ritu Das
Browse all articles by Ritu Das
·2 years ago
ଆଜି ଆଠଗଡ଼ ବିଜେପି କୋର କମିଟି ବୈଠକରେ ଯୋଗଦେବେ କେନ୍ଦ୍ରମନ୍ତ୍ରୀ

ଅର୍ଗସ ବ୍ୟୁରୋ: ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ । ଆଜି ଆଠଗଡ଼ରେ ବିଜେପି କୋର କମିଟି ବୈଠକରେ ଯୋଗଦେବେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଦଳୀୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବେ । ଅନ୍ୟପଟେ ବଡ଼ମ୍ବାରେ ପହଞ୍ଚି ଭଟ୍ଟାରିକା ମନ୍ଦିର ପରିଦର୍ଶନ କରିବେ । ପରେ ଚମ୍ପେଶ୍ବର ମନ୍ଦିର କଲ୍ୟାଣ ମଣ୍ଡପରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ।  

ଅନ୍ୟପଟେ  ଓଡ଼ିଶାରେ ଆୟୋଜିତ ହେବାକୁ ଥିବା ସାଗର ପରିକ୍ରମା ପର୍ଯ୍ୟାୟ- XI କାର୍ଯ୍ୟକ୍ରମରେ ଯୋଗଦେବେ କେନ୍ଦ୍ରମନ୍ତ୍ରୀ ପୁରୁଷୋତ୍ତମ ରୂପାଲା । ଗୋପାଳପୁର ପୋର୍ଟରେ ପହଞ୍ଚିବା ପରେ ଆର୍ଯ୍ୟପାଲିରେ ମତ୍ସ୍ୟଜୀବୀଙ୍କ ସହ ଆଲୋଚନା କରିବେ। ବାଲୁଗାଁରେ ମତ୍ସ୍ୟଜୀବୀଙ୍କ ସହ ଆଲୋଚନା କରି ମତ୍ସ୍ୟଜୀବୀଙ୍କ ଘରେ ଭୋଜନ କରିବାର କାର୍ଯ୍ୟକ୍ରମ ରହିଛି। 

ଅଧିକ ପଢ଼ନ୍ତୁ ରାଜନୀତି ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The Union Minister | Argus News