Videos
|
Odisha

କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତକୁ ନେଇ ବିଜେପି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ

Jitendra Dash
Browse all articles by Jitendra Dash
·2 years ago·1 min read
କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତକୁ ନେଇ ବିଜେପି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ

ଅର୍ଗସ ବ୍ୟୁରୋ : କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ଓ ଉଦ୍ୟମିତା ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତା ଡିସେମ୍ବର ୩ ତାରିଖରେ ତାଳଚେର ଗସ୍ତ କରିବେ । ବ୍ରହ୍ମଲୀନ ପୂଜ୍ୟ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ପ୍ରତିମୂର୍ତ୍ତି ତାଙ୍କର ନିଜ ଗ୍ରାମ ଗୁରୁଜାଙ୍ଗରେ ଅନାବରଣ କାର୍ଯ୍ୟକ୍ରମରେ ଦେବେଯୋଗ । କେନ୍ଦ୍ରମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ନେଇ ବିଜେପି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

ଅଧିକ ପଢନ୍ତୁ : ସମସ୍ତଙ୍କୁ ସାଙ୍ଗରେ ନେଇ ସଭିଙ୍କ ସ୍ୱପ୍ନକୁ ସାକାର କରିବା ‘ବିକଶିତ ଭାରତ’ର ପ୍ରମୁଖ ସଂକଳ୍ପ

ଜଗନ୍ନାଥ କଳାକେନ୍ଦ୍ରରେ ଗୁରୁବାର (ଆଜି) ଦିନ ବରିଷ୍ଠ ବିଜେପି ନେତା କାଳନ୍ଦି ସାମଲଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତାଳଚେର ମାଟିରେ ଭବ୍ୟ ସ୍ୱାଗତ କରିବା ପାଇଁ ସମସ୍ତ ପଞ୍ଚାୟତ ସ୍ତରରେ ପ୍ରସ୍ତୁତି କରିବାକୁ ନିଷ୍ପତ୍ତି ହୋଇଛି । ସମସ୍ତ କାର୍ଯ୍ୟକର୍ତ୍ତା ଡିସେମ୍ବର ୩ ତାରିଖ ସକାଳ ୮ ଟା ମଧ୍ୟରେ ଗୁରୁଜାଙ୍ଗରେ ପହଞ୍ଚିବାକୁ ବୈଠକରେ ନିଷ୍ପତ୍ତି ହୋଇଛି । କେନ୍ଦ୍ରମନ୍ତ୍ରୀଙ୍କୁ ଏକ ବିରାଟ ଶୋଭାଯାତ୍ରାରେ ପାଛୋଟି ନେବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ଅଧିକ ପଢନ୍ତୁ : ୧୦୦ ଜଣ ଓଡ଼ିଆ ପିଲାଙ୍କୁ ୧୦୦ କୋଟି ଟଙ୍କାର ରୋଜଗାର କରାଇବାର ସଂକଳ୍ପ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆଜିର ଏହି ପ୍ରସ୍ତୁତି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରା, ରତ୍ନାକର ସାହୁ, ରାଜେନ୍ଦ୍ର ସିଂହ, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରକାଶ ମହାରଣା, ପର୍ଶୁରାମ ବାରିକ, ପେସ୍କାର ଗଡ଼ନାୟକ, ମନୋଜ ପ୍ରଧାନ, ବିଭୁତି ସାହୁ, ନରେଶ ଚନ୍ଦ୍ର ବେହେରା, ବରୁଣ ସାହୁ, ଲୋକନାଥ ସାହୁ, ନରେନ୍ଦ୍ର ବେହେରା, ଦେବେନ୍ଦ୍ର ବାରିକ, ସହଦେବ ସାହୁ, ପ୍ରଶାନ୍ତ ଦାସ, ଶୋଭାଗିନୀ ପ୍ରଧାନ, ସଂଯୁକ୍ତା ମହାରଣା, ମିଲ୍ଲୀ ପ୍ରଧାନ, ଯସ୍ମୀନ ପ୍ରଧାନ,ଅଜୟ ଗୋଛାୟତଙ୍କ ସମେତ ସମସ୍ତ ୬ଟି ମଣ୍ଡଳର ଶତାଧିକ ପ୍ରମୁଖ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ ।