କଟକବାସୀଙ୍କ ସ୍ୱପ୍ନ ହେଲା ପୂରଣ, ରୂପା ତାରକସି କାମକୁ ଜିଆଇ ଟ୍ୟାଗ୍ ମାନ୍ୟତା

ଅର୍ଗସ ବ୍ୟୁରୋ: କଟକ ରୂପା ତାରକସି କାମକୁ ଜିଆଇ ଟ୍ୟାଗ୍ ମାନ୍ୟତା। କଟକବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ ପୂରଣ ହୋଇଛି। ଶେଷରେ କଟକର ରୂପା ତାରକସି କାମକୁ ମିଳିଛି ଜିଆଇ ଟ୍ୟାଗ୍ ମାନ୍ୟତା। କଟକର କାରିଗରଙ୍କ ନିଖୁଣ କଳା ଏବଂ ରୂପାରେ ନିଆରା କାମକୁ ଦେଖି ଏହି ମାନ୍ୟତା ପ୍ରଦାନ କରାଯାଇଛି। ରୂପା ତାରକସି କାର୍ଯ୍ୟରେ କଟକ ଜିଲ୍ଲାର ଏକ ଦୀର୍ଘ ଇତିହାସ ରହିଛି। କଟକ ର ରୌପ୍ୟ ଚିତ୍ର ଏହାର ସୂକ୍ଷ୍ମତା ଏବଂ ଜଟିଳ କାର୍ଯ୍ୟଶୌଳୀ ପାଇଁ ପ୍ରସିଦ୍ଧ | ପୂରାତନ ଯୁଗରେ ଏହି କାମକୁ ରାଜାରାଜୁଡ଼ା ମାନେ ପ୍ରୋତ୍ସାହନ ଦେଉଥିବା ବେଳେ ଏବେ ଉତ୍ସାହ ଏବଂ ମାର୍କେଟିଂ ସୁବିଧା ଅଭାବରୁ କ୍ଷତିଗ୍ରସ୍ତ ହୋଇଥିଲା । ଏବେ ଏହି ଶିଳ୍ପକୁ ଜିଆଇ ଟ୍ୟାଗ୍ ମାନ୍ୟତା ମିଳିବା ପରେ ବେଶ ଖୁସି ବ୍ୟକ୍ତ କରିଛନ୍ତି କଟକର ରୂପା ତାରକସି କାମ କାରିଗର।
ସେପଟେ କଟକର ପ୍ରସିଦ୍ଧ ରୂପା ତାରକସୀକୁ ଜିଆଇ ଟ୍ୟାଗ୍ ମାନ୍ୟତା ମିଳିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ଓଡ଼ିଶାବାସୀ ବିଶେଷ ଭାବରେ କଟକବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି, ତାରକସୀ କଳା ରୌପ୍ୟନଗରୀ କଟକର ସ୍ୱାଭିମାନ ଏବଂ ସ୍ୱତନ୍ତ୍ର ପରିଚୟ । ଏହି ନିଷ୍ପତି ଆମର ପାରମ୍ପରିକ କଳାକୁ ସମ୍ମାନ ଦେବା ସହ ତାରକସୀ କାରିଗରଙ୍କ ଜୀବନଜୀବିକା ବଢାଇବା ଦିଗରେ ବିଶେଷ ସହାୟକ ହେବ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: