Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ୪ ମାସ ପୂର୍ବର ଅଖ୍ୟାତ ପଲ୍ଲୀ ଏବେ ଏକ ବିଖ୍ୟାତ ଗାଁ

Odisha

୪ ମାସ ପୂର୍ବର ଅଖ୍ୟାତ ପଲ୍ଲୀ ଏବେ ଏକ ବିଖ୍ୟାତ ଗାଁ

Banajyotshna Ray
Browse all articles by Banajyotshna Ray
·1 year ago·2 min read
୪ ମାସ ପୂର୍ବର ଅଖ୍ୟାତ ପଲ୍ଲୀ ଏବେ ଏକ ବିଖ୍ୟାତ ଗାଁ

ଅର୍ଗସ ବ୍ୟୁରୋ:  ୪ ମାସ ପୂର୍ବର ଅଖ୍ୟାତ ପଲ୍ଲୀ ଏବେ ଏକ ବିଖ୍ୟାତ ଗାଁ...ରାଇକଳା...କେନ୍ଦୁଝର ସଦର ବ୍ଲକ୍ ରାଇକଳା ପଞ୍ଚାୟତର ରାଇକଳା ଗାଁ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜନ୍ମମାଟି। ଇଏ ବି ଥିଲା ଏକ ସାଧାରଣ ଗାଁ...କିନ୍ତୁ ଯେବେଠାରୁ ଏ ଗାଁର ପୁଅ ରାଜ୍ୟର ମୁଖିଆ ହୋଇଛନ୍ତି ବଦଳି ଯାଇଛି ଏହାର ପରିଚୟ, ବଦଳିବାରେ ଲାଗିଛି ଗାଁର ଚିତ୍ର । ଚଉଡ଼ା ଓ ସୁନ୍ଦର ରାସ୍ତା ତିଆରି ହୋଇଛି । ସୋଲାର୍ ଲାଇଟ୍ ଲାଗିଛି । ଶୁଦ୍ଧ ପାନୀୟ ଜଳ ପାଇଁ ଯୋଗାଣ ପାଇଁ ପାଣି ଟ୍ୟାପ୍ ଖଞ୍ଜାଯାଇଛି । ଗାଁରେ ସ୍ବଚ୍ଛତାକୁ ଦିଆଯାଉଛି ସବୁଠାରୁ ଅଧିକ ଗୁରୁତ୍ବ। ପ୍ରବେଶ ପଥରୁ ନେଇ ଗୋଟିଏ ପଟେ ଚାଲିଛି ଡ୍ରେନ୍ ନିର୍ମାଣ । ରାସ୍ତାର ଉଭୟ ପାଖରେ ଡଷ୍ଟବିନ୍ ତିଆରି ହେଉଛି । ଗାଁରେ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ରାଜ୍ୟରେ ବିଜେପି ସରକାର ହେବା ଏବଂ ମୋହନ ମାଝୀ ମୁଖ୍ୟମନ୍ତ୍ରୀ ହେବାର ମାସ କେଇଟା ଭିତରେ ଗାଁର ଏମିତି ଚିତ୍ର ଗ୍ରାମବାସୀଙ୍କୁ ଉଲ୍ଲସିତ କରୁଛି।

ଗାଁରେ ଜନ୍ମ, ଶିକ୍ଷା ଗ୍ରହଣ, ତା ପରେ ଯୌବନ। ଶିକ୍ଷକ ଭାବେ ମୋହନ ମାଝୀ ଆରମ୍ଭ କରିଥିଲେ କର୍ମମୟ ଜୀବନ। ରାଜନୀତିକୁ ପାଦ ବଢ଼ାଇଲେ, ରାଇକଳା ପଞ୍ଚାୟତର ସରପଞ୍ଚ ହେଲେ । ତା ପରଠାରୁ ଆଉ ପଛକୁ ଫେରି ଚାହାନ୍ତି ମୋହନ ମାଝୀ । ୩ ଥର ସଦର ନିର୍ବାଚନମଣ୍ଡଳୀରୁ ବିଧାୟକ ନିର୍ବାଚିତ ହୋଇ ଜିଲ୍ଲା ତଥା ରାଜ୍ୟରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ୨୦୨୪ ନିର୍ବାଚନରେ ଚତୁର୍ଥ ଥର ପାଇଁ ବିଧାୟକ ହେଲେ ମୋହନ ମାଝୀ, ଆଉ ସୃଷ୍ଟି କଲେ ଇତିହାସ । ଓଡ଼ିଶାର ପ୍ରଥମ ଆଦିବାସୀ ମୁଖ୍ୟମନ୍ତ୍ରୀ, ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ । ମୋହନ ମାଝୀଙ୍କୁ ନେଇ ରାଇକଳାବାସୀ ଗର୍ବ ଅନୁଭବ କରିବା ସହ ମୁଖ୍ୟମନ୍ତ୍ରୀ ଆଗକୁ କେନ୍ଦୁଝର ଜିଲ୍ଲା ଓ ସମଗ୍ର ରାଜ୍ୟର ବିକାଶର କର୍ଣ୍ଣଧାର ସାଜିବେ ବୋଲି ଆଶା ପ୍ରକାଶ କରିଛନ୍ତି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
The unknown village of 4 months ago is now a famous village | Argus News