ଦୁର୍ଘଟଣାରେ ୩ ଆରଏମସି କର୍ମଚାରୀ ଗୁରୁତର
·2 years ago·1 min read

ଅର୍ଗସ ବ୍ୟୁରୋ: ୩୦ ଫୁଟ୍ ତଳକୁ ଖସିଲା ଭ୍ୟାନ। ଦୁର୍ଘଟଣାରେ 3 ଆରଏମସି କର୍ମଚାରୀ ଗୁରୁତର। ବାଲେଶ୍ବର 60 ନମ୍ବର ଜାତୀୟ ରାଜପଥର ରାଜଘାଟ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଆରଏମସି ମୋବାଇଲ ଚେକ ପୋଷ୍ଟକୁ ଧକ୍କା ଦେଇ ଜାତୀୟ ରାଜପଥରୁ 30 ଫୁଟ ତଳକୁ ଖସି ପଡିଲା ପିକଅପ ଭ୍ୟାନ୍। ବାଲେଶ୍ବର ପଟୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା କାଗଜ ବୋଝେଇ ଏକ ପିକଅପ ଭ୍ୟାନ ଭାରସାମ୍ୟ ହରାଇ ଚେକ ପୋଷ୍ଟ କୁ ଧକ୍କା ଦେଇଥିଲା। ଦୁ୍ର୍ଘଟଣାରେ ଡ୍ୟୁଟିରେ ଥିବା 3 ଜଣ ଆରଏମସି କର୍ମଚାରୀ ଗୁରୁତର ହୋଇଛନ୍ତି।
ବସ୍ତା ପୋଲିସ ଏବଂ ଜାତୀୟ ରାଜପଥ ପେଟ୍ରୋଲିଂ ଭ୍ୟାନ ପହଞ୍ଚି ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ପ୍ରଥମେ ବସ୍ତା ହସପିଟାଲରେ ଭର୍ତ୍ତି କରିଥିଲେ। ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ ସମସ୍ତଙ୍କୁ ବାଲେଶ୍ବର ହସପିଟାଲ କୁ ସ୍ଥାନାନ୍ତର କରା ଯାଇଛି। ତେବେ ଦୁର୍ଘଟଣା ପରେ ପିକଅପ ଭ୍ୟାନର ଡ୍ରାଇଭର କୁ ଅଟକ ରଖି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: