Videos
|
Odisha

କାର୍ତ୍ତିକ ମାସ ଆରମ୍ଭରୁ ପରିବା ବଜାରରେ ଲାଗିଲାଣି ନିଆଁ 

Manini Pattanayak
Browse all articles by Manini Pattanayak
·1 year ago·2 min read
କାର୍ତ୍ତିକ ମାସ ଆରମ୍ଭରୁ ପରିବା ବଜାରରେ ଲାଗିଲାଣି ନିଆଁ 

ଭୁବନେଶ୍ୱର:  କାର୍ତ୍ତିକ ମାସ ଆରମ୍ଭରୁ ପରିବା ବଜାରରେ ଲାଗିଲାଣି ନିଆଁ । ବିଲାତି, ପୋଟଳ ବିନ୍‌ ଠାରୁ ଆରମ୍ଭ କରି ବନ୍ଧା କୋବି ପର୍ଯ୍ୟନ୍ତ ସବୁ ର ଦର୍ ଆକାଶ ଛୁଆଁ। ଫସଲ କମ୍ ହେଉଥିବା କାରଣରୁ ଓ ବାହାରୁ ଆସୁଥିବା ପରିବାର ଆମଦାନୀ କମ ହେଉଥିବା କାରଣରୁ ଏହିଭଳି ଦର ବୃଦ୍ଧି ପାଉଥିବା କଥା କହିଛନ୍ତି ଖୁଚୁରା ପରିବା ବ୍ୟବସାୟୀ। ଅନ୍ୟପଟେ ବଜାରକୁ ପରିବା କିଣିବାକୁ ଆସୁଥିବା ଗ୍ରାହକ ମାନେ ଉଚ୍ଚା ଦର କୁ ଅସନ୍ତୋଷ ପ୍ରକାଶ କରିଛନ୍ତି। 

ଘରେ ଦୈନିକ ଖାଇବା ପାଇଁ ଅଧିକ ପନି ପରିବା ଉପରେ ଆବଶ୍ୟକ ହୋଇଥାଏ। ଆଜି କୌଣସି ପରିବା ଦର ୫୦ ତଳକୁ ମିଳୁ ନାହିଁ। ଦୈନିକ ରୋଷେଇ ଘରେ ଆବଶ୍ୟକ ପଡ଼ୁଥିବା ବିଲାତି 70 ରୁ80 ଟଙ୍କା, ବାଇଗଣ 70 ଟଙ୍କା, ପୋଟଳ 50 ଟଙ୍କା , ବନ୍ଧା କୋବି 50 ଟଙ୍କା  , ଜହ୍ନି 70 ଟଙ୍କା ବିନ 120, ଝୁଡଙ୍ଗ 70 କିଲୋ ପ୍ରତି ରହିଛି। କେବଳ ଅମୃତ ଭଣ୍ଡା  25 ଆଳୁ 30 ଟଙ୍କା ପର୍ଯ୍ୟନ୍ତ କିଲୋ ପ୍ରତି ରହିଛି। ଅଦା ଓ ରସୁଣ କିଲୋ ୩୦୦ ପାର୍। ସ୍ଥାନୀୟ ଅଞ୍ଚଳରୁ ଅଧିକ ପନିପରିବା ଆସି ପାରୁନାହିଁ ଓ ବାହାର ରାଜ୍ୟ ମାନଙ୍କ ରୁ ଫସଲ କମ ହେଉଥିବା କାରଣରୁ ଓଡ଼ିଶାକୁ ଆସୁଥିବା ପରିବା ଅଧିକ ଆସି ପାରିନାହିଁ । ଯାହା ଫଳରେ କମ୍ ଆମଦାନୀ ହେଉଥିବା କାରଣରୁ ଅଧିକ ଦର ରେ ବିକ୍ରି ହେଉଥିବା କଥା କହିଛନ୍ତି ବ୍ୟବସାୟୀ। 

ଅନ୍ୟପଟେ ପରିବା କିଣିବାକୁ ଆସୁଥିବା ଗ୍ରାହକ ମାନେ ଆକାଶ ଛୁଆଁ ଦର ଶୁଣି ଅସନ୍ତୋଷ ପ୍ରକାଶ କରିଛନ୍ତି। ପୂର୍ବରୁ ପରିବା ଦର ନିୟନ୍ତ୍ରଣ ରେ ରହୁଥିବା ବେଳେ ଏବେ କିଛି ଦିନ ହେବ ପରିବା ଦର ଉଚା ରହୁଛି ଯାହାକି ସାଧାରଣ ଖାଉଟି ହଇରାଣ ହେଉଛନ୍ତି ଏମିତି କି ହଜାରେ  ଟଙ୍କା ନେଇ ଆସିଲେ ବି ବ୍ୟାଗ୍ ଫୁଲ ହେଉନାହିଁ ବୋଲି କହିଛନ୍ତି । ଖାଲି ସେତିକି ନୁହେଁ ଯେହେତୁ କାର୍ତ୍ତିକ ମାସ ଆରମ୍ଭ ହେଉଛି ସେଥିପାଇଁ ପରିବା ଦର ଏତେ ଅଧିକ ଥିବା କାରଣରୁ କେମିତି ପରିବା କିଣିବେ ତାହାକୁ ନେଇ ଚିନ୍ତାରେ ପଡ଼ି ଯାଇଛନ୍ତି ଗ୍ରାହକ ମାନେ।  

ଅଧିକ ପଢନ୍ତୁ  ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: