Videos
|
Odisha

ପାଞ୍ଚ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ

Ritu Das
Browse all articles by Ritu Das
·2 years ago·1 min read
ପାଞ୍ଚ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ

ଅର୍ଗସ ବ୍ୟୁରୋ: ଭିଜିଲାନ୍ସ ଜାଲରେ ବିଡିଓ। ପାଞ୍ଚ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ। କଳାହାଣ୍ଡି ଜିଲ୍ଲା ଗୋଲମୁଣ୍ଡା ବ୍ଲକ ବିଡିଓ ଅକ୍ଷମିତା କାର୍ତ୍ତିକଙ୍କୁ ଧରିଛି ଭିଜିଲାନ୍ସ। ଭବାନୀପାଟଣାରୁ ଗୋଲାମୁଣ୍ଡା ଯାଉଥିବା ବେଳେ ଜାରିଙ୍ଗ ଛକ ନିକଟରେ ଅକ୍ଷମିତାଙ୍କ ଗାଡିକୁ ଅଟକାଇ ଚଢ଼ାଉ କରିଥିଲେ ଭିଜିଲାନ୍ସ ଅଧିକାରୀ। ତେବେ ଅକ୍ଷମିତାଙ୍କ ଗାଡିରୁ ୪ଲକ୍ଷ ୯୨ ହଜାର ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି। ଏହି ଟଙ୍କା କାହାର ବୋଲି ପଚାରିବାରୁ ସଠିକ ଉତ୍ତର ଦେଇ ପାରି ନଥିଲେ ବିଡିଓ ମ୍ୟାଡମ୍। 

ଫଳରେ ବିଡିଓଙ୍କ ସମେତ ଏହି ଗାଡିରେ ଥିବା ଏପିଓ କ୍ଷେତ୍ରମୋହନ ମାଝୀ, ବ୍ଲକ ପ୍ରୋଗ୍ରାମ କୋର୍ଡିନେଟର ମଧୁସୂଦନ ସାହୁଙ୍କୁ ମଧ୍ୟ ଭିଜିଲାନ୍ସ ଅଟକ ରଖିଥିବା ସୂଚନା ମିଳିଛି। ବିଡ଼ିଓ ମ୍ୟାଡମଙ୍କ ବିରୋଧରେ ପୂର୍ବରୁ ମଧ୍ୟ ଅନେକ ମାମଲା ରହିଛି। ତେନ୍ତୁଳୀଖୁଣ୍ଟି ବ୍ଳକରେ ଥିବା ସମୟରେ ମଧ୍ୟ ଟଙ୍କା ଖାଇ ନିଲମ୍ବନ ହୋଇ ଥିଲେ ଓ ରାୟଗଡା ଜିଲ୍ଲା ଅଧିନ ଗୁଣୁପୁର ତହସିଲ ର ତହସିଲଦାର ଥିବା ସମୟରେ ମଧ୍ୟ ଲାଞ୍ଚ ନେଇ ଆଇନଜୀବୀ ମାନଙ୍କ ସହିତ ଝଗଡା କରି ଥାନାରେ ମଧ୍ୟ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । 

ଅକ୍ଷମିତା ବିଜେଡି ଏଜେଣ୍ଟ ଭାବେ କାମ କରୁଥିବାର ଅଭିଯୋଗ ରହି ଆସିଛି। ସେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ନେତା କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଏଜେଣ୍ଟ ଭାବେ କାମ କରୁଥିବାର ମଧ୍ୟ ପୂର୍ବରୁ ଅନେକ ଅଭିଯୋଗ ରହିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

The vigilance | Argus News