Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ  

Odisha

୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ  

Manini Pattanayak
Browse all articles by Manini Pattanayak
·2 years ago·1 min read
୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ  

ମାଲକାନଗିରି:  ଭିଜିଲାନ୍ସ ଜାଲରେ ମୋଟୁ RI ସୁରଜ କୁମାର ଵାଲା । ମାଲକାନଗିରି ଜିଲ୍ଲା ମୋଟୁ ରାଜସ୍ବ ନିରୀକ୍ଷକ (ଆରଆଇ) ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ସେ ଜଣେ ବ୍ୟକ୍ତିଙ୍କ ଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥ‌ିବା ବେଳେ ଭିଜିଲାନ୍ସ ବିଭାଗର କର୍ମଚାରୀମାନେ ମାଡି ବସିଛନ୍ତି। ଅଭିଯୁକ୍ତ ଆରଆଇ ହେଲେ ସୁରଜ କୁମାର ବାଲା। ସୂଚନା ଅନୁସାରେ, ମୋଟୁ ଆରଆଇ ସୁରଜ କୁମାର ବାଲା ଏକ ଜମି ଜବରଦଖଲ ମାମଲାର ସମାଧାନ ପାଇଁ ଅଭିଯୋଗକାରୀ ଘନଶ୍ୟାମ ମହନ୍ତିଙ୍କୁ ୨୫ ହଜାର ଟଙ୍କା ମାଗିଥିଲେ।

ଆରଆଇ ଶ୍ରୀ ବାଲା ପୂର୍ବରୁ ୧୦ ହଜାର ଟଙ୍କା ନେଇସାରିଥିବା ବେଳେ ଆଜି ବାକି ୧୫ ହଜାର ଟଙ୍କା ନେଉଥିଲେ। ତେବେ ସେ ଲାଞ୍ଚ ଗ୍ରହଣ କରିବାର ଅଳ୍ପ ସମୟରେ ପରେ ଭିଜିଲାନ୍ସ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ପୂର୍ବ ଯୋଜନା ଅନୁସାରେ ଅତର୍କିତ ଚଢ଼ଉ କରିଥିଲେ। ଘଟଣାସ୍ଥଳରୁ ନଗଦ ୧୫ ହଜାର ଟଙ୍କା ଜବତ ହୋଇଥ୍‌ଲା । ଭିଜିଲାନ୍ସ ଟିମ୍ ଆରଆଇ ଶ୍ରୀ ବାଲାଙ୍କ ମାଲକାନଗିରି ଥାନା ଅନ୍ତର୍ଗତ ଏମଭି ୪୫ ଗ୍ରାମରେ ଥ‌ିବା ଘରେ ମଧ୍ୟ ଚଢ଼ଉ କରାଯାଉଥିବା ସୂଚନା ମିଳିଛି । 

 ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
The vigilance caught him while taking a bribe of 15 thousand rupees | Argus News