Videos
|
Odisha

 ଗାଁ ସୃଷ୍ଟି କରୁଛି ଭୂତକୋଠୀର ଭ୍ରମ

Manini Pattanayak
Browse all articles by Manini Pattanayak
·1 year ago·1 min read
 ଗାଁ ସୃଷ୍ଟି କରୁଛି ଭୂତକୋଠୀର ଭ୍ରମ

କୋରାପୁଟ:  ଭଙ୍ଗା ଦଦରା ଝାଟିମାଟିର କୁ଼ଡିଆ ଘର । ଘରର ଅବସ୍ଥା ଏମିତିଯେ କେତେବେଳେ ଭୂସୁଡି ପଡିବ କହି ହେବନି। ଘରର କେଉଁଠି କାନ୍ଥ ସମ୍ପୂର୍ଣ୍ଣ ରୂପେ ଭାଙ୍ଗିଯାଇଛି ତ ଆଉ କେଉଁଠି ଚାଳଛପର ଉଡି ଯାଇଛି । ବର୍ଷା ହେଲେ ଚାଳରୁ ଗଳୁଛି ପାଣି । କାନ୍ଥରୁ ଚେକା ଚେକା ହୋଇ ମାଟି ବି ଖସୁଛି। ବୋଧହୁଏ ଏ ହେଉଛି ଆବାସ ପ୍ରତିଶ୍ରୁତି ନାଁରେ ପ୍ରତାରଣାର ଥାର୍ଡ ଡିଗ୍ରୀ। 

 ଏ ହେଉଛି କୋରାପୁଟ ସେମିଲିଗୁଡା ବ୍ଲକ ଅନ୍ତର୍ଗତ ସାଡାମ ପଂଚାୟତ ଅଧିନସ୍ଥ ମୁତାମଗୁଡା ଗାଁ। ଗାଁ ତ ନୁହେଁ ସତେ ଯେମିତି ପରିତ୍ୟକ୍ତ ଅଞ୍ଚଳଟିଏ। ମାଟି ଓ ପଥର ନିର୍ମିତ କାନ୍ଥ ଉପରେ ଟାଇଲ ଏବଂ ଭଙ୍ଗା ଆଜବେଷ୍ଟ ରଖି ରହୁଛନ୍ତି ଗ୍ରାମବାସୀ। ଯେଉଁ ଘରେ ରହୁଛନ୍ତି ସରୀସୃପର ଭୟ ମଧ୍ୟ ବହୁ ପରିମାଣରେ ରହିଛି l ଘରେ ଶୋଇବା ଦୂର କଥା ବସିବା ପାଇଁ ଜାଗା ଖଣ୍ଡିକ ନାହିଁ l ପାହାଡ଼ ପର୍ବତ ଘେରା ଏହି ଗାଁରେ କେବେ ବି ସରକାରୀ ବାବୁଙ୍କ ପାଦ ପଡିନି l  

ବାରମ୍ବାର ଆବାସ ଗୃହ ପାଇଁ ଆବେଦନ କଲେ ସୁଦ୍ଧା କେହି ଦୁଃଖ ଶୁଣୁନଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ l  ଗରିବଙ୍କ ପାଇଁ ସରକାର ବିଭିନ୍ନ ଯୋଜନା କରିଛନ୍ତି । କିନ୍ତୁ ଆଜିବି ବହୁ ହିତାଧିକାରୀଙ୍କ ପାଖରେ ଯୋଜନା ଅପହଞ୍ଚ।  ଏହାର ଉଦାହରଣ ମୁତାମଗୁଡା। 25 ପରିବାର ରହୁଥିବା ଏହି ଗାଁରେ ଘର ନଥିବାରୁ ଲୋକେ ପରିତ୍ୟକ୍ତ ଘରେ ରହୁଛନ୍ତି। ଯୋଜନା ଉପରେ ଯୋଜନା କରୁଥିଲା ତତକାଳୀନ ବିଜେଡି ସରକାର, କିନ୍ତୁ ଅଧାବାଟରେ ବାଟବଣା ହେଉଥିଲା ଯୋଜନା l

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The village creates the illusion of a dungeon | Argus News