Videos
|
Odisha

ଗାଁ ତ ନୁହେଁ ସମସ୍ୟାର ଗନ୍ତାଘର

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଗାଁ ତ ନୁହେଁ ସମସ୍ୟାର ଗନ୍ତାଘର

ଅର୍ଗସ ବ୍ୟୁରୋ:  ଦୁର୍ଗମର ଅଭିଶପ୍ତ ଇଲାକା ଡ଼କରବାଡ଼ି। ଗାଁ ତ ନୁହେଁ ସମସ୍ୟାର ଗନ୍ତାଘର। ନାହିଁ ନାହିଁ ମଧ୍ୟରେ ଅଭିଶପ୍ତ ଜୀବନ ବିତାଉଛନ୍ତି ଡ଼କରବାଡ଼ିବାସୀ। କନ୍ଧମାଳ ରାଇକିଆ ବ୍ଲକ କରଡ଼ା ପଞ୍ଚାୟତର ଡ଼କରବାଡ଼ି । ଗାଁର ଜନ ସଂଖ୍ୟା ୫୦୦ ପରେ।  ତେବେ ଡକରବାଡ଼ି ଲିମାପଡା ନଡାପାଙ୍କା କଡ଼ିବଳୀ କାନ୍ଦ୍ରିମାହ ବରପୋଲିଂ ଓ ଖିଲାବାଡ଼ି ଅଞ୍ଚଳରେ ରହିଛି ଅନେକ ସମସ୍ୟା l ଗାଁକୁ ଯିବାକୁ ହେଲେ ଦୁଇଟି ପାହାଡ଼ ଓ ଦୁଇଟି ନଦୀ ଡେଇଁ ଯିବାକୁ ହୁଏ l ପାହାଡ଼ ମଧ୍ୟରେ କଚ୍ଚା ରାସ୍ତା ଦେଇ ଗଲେ ପଡେ ଡ଼କରବାଡ଼ିର ଏହି ଦୁର୍ଗମ ଇଲାକା।

ଅଞ୍ଚଳରେ ପାଣି ସମସ୍ୟା ଉତ୍କଟତର। ପାହାଡ ନଇ ଡେଇଁ ଏଠି ପହଞ୍ଚି ପାରିନି ବିକାଶ। ଏଥିପାଇଁ ପ୍ରତିଦିନ ଏଠି ପାଣି ପାଇଁ କରିବାକୁ ପଡେ ସଂଘର୍ସ। ଗରା ମାଠିଆ ଧରି ଏଠି ମହିଳା ମାନେ ମାଇଲମାଇଲ ବାଟ ଚାଲିବା ପରେ ପାଣି ମୁନ୍ଦାଏ ପାଇଥାନ୍ତି। ବିଜୁଳି ଆଲୁଅ କଣ ଜାଣି ନାହାନ୍ତି ଡ଼କରବାଡ଼ିବାସୀ। ମୌଳିକ ସମସ୍ୟା ବିନା ଦିନ ବିତାଇବା କଷ୍ଟକର ହୋଇ ପଡିଥିବା ବେଳେ ରାତି କେମିତି କଟୁଥିବ ତାହା ଏହି ଚିତ୍ର ସ୍ପଷ୍ଟ କରୁଛି। ସେଭଳି ଗାଁରେ ଶିକ୍ଷା ବ୍ୟବସ୍ଥା ନାହିଁ କହିଲେ ଚଳେ।ଅଙ୍ଗନୱାଡି ପାଇଁ ସ୍ଥାନୀୟ ବାସିନ୍ଦା ବାରମ୍ବାର ଦାବି କରି ଆଶୁଥିବା ବେଳେ ପ୍ରତିଶୃତି ନାଁରେ ଲୋକଙ୍କୁ ମିଳିଛି ଖାଲି ପ୍ରତାରଣା।

୨୪ ବର୍ଷର ସରକାରଙ୍କ ପ୍ରତାରଣା ପରେ ଅଞ୍ଚଳବାସୀ ନିରାସ ହୋଇ ଚଳିତ ବର୍ଷ ଭୋଟ୍ ବର୍ଜନ କରିଛନ୍ତି। ଆଶା ରଖିଛନ୍ତି ନୂଆ ସରକାର ସମସ୍ୟାର ସମାଧାନ କରିବେ। ସମସ୍ତଙ୍କୁ ମିଳିବ ସରକାରୀ ଯୋଜନାର ଲାଭ। ଆଉ ଅଭିଶପ୍ତ ନ ବୋଲାଇ ସମାଜର ମୁଖଅୟ ଶ୍ରୋତରେ ସାମିଲ ହୋଇ ପାରିବେ ଡ଼କରବାଡ଼ିବାସୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର: 

The village is the hub of problems | Argus News