Videos
|
Odisha

ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର ହେଉଛନ୍ତି ଗାଁ ଲୋକ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର ହେଉଛନ୍ତି ଗାଁ ଲୋକ

ଅର୍ଗସ ବ୍ୟୁରୋ:  ଗଜପତି ଜିଲ୍ଲା ଆର. ଉଦୟଗିରି ବ୍ଳକ ଛେଳିଗଡ଼ ପଞ୍ଚାୟତର ଛେଳିଗଡ଼ - ତିଳିଗାଁ ମଝିରେ ଥିବା ରାମ ନଦୀ । ୨ଵର୍ଷ ତଳେ ନଦୀ ଉପରେ ପୋଲୋ ନିର୍ମାଣ ପାଇଁ ଜାନୁଆରୀ ମାସ 7 ତାରିଖ ଦିନ ତତ୍କାଳୀନ ବିଜେଡି ସରକାରର ମନ୍ତ୍ରୀ ଜଗନ୍ନାଥ ସାର୍କl ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ହେଲେ ଫଳକ ଲାଗିକି ଅଢେଇ ବର୍ଷ ବିତିଯାଇଥିଲେ ମଧ୍ୟ ପୋଲୋ ନିର୍ମାଣ ହୋଇନି l ଫଳରେ ସ୍ଥାନିୟ କୋକେ ନାହିଁ ନଥିଵା ଅସୁଵିଧାର ସାମ୍ନା କରୁଛନ୍ତି...ପେଟପାଟଣା ପାଇଁ ଭରାନଇରେ ଜୀବନକୁ ବାଜି ଲାଗାଇ ଯିବା ଆସିବା କରୁଛନ୍ତି ଅଞ୍ଚଳବାସୀ।

ନଦୀ ଆରପଟେ ତିଳିଗାଁ, କାକିଲି, ବିଦ୍ୟାଧରପୁର ଥିବାବେଳେ ବର୍ଷା ଦିନ ଆସିଲେ ଏକ ପ୍ରକାର ଜଳବନ୍ଦୀ ଜୀବନ ବିତାଉଛନ୍ତି ଏହି ୩ଖଣ୍ଡ ଗ୍ରାମବାସୀ। ନଦୀ ଉପରେ ପୋଲୋ ନିର୍ମାଣ ପାଇଁ ବହୁ ବର୍ଷ ହେଲା ବାରମ୍ବାର ଦାବି କରି ଆସିଥିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ l ମିଳିଛି ତ କେଵଳ ମିଛ ପ୍ରତିଶୃତି। ଫଳକ ଲାଗି ଅଢେଇ ବର୍ଷ ବିତିଯାଇଥିବା ବେଳେ ଏବେ ସରକାର ବଦଳିବା ସହ ଯୋଜନା ମଧ୍ୟ ବଦଳି ଯାଇଛି l ତେଣୁ ପୋଲୋ ନିର୍ମାଣ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ଗ୍ରାମବାସୀ l ଗୋଟିଏ ପଟେ ପୂର୍ବ ସରକାରଙ୍କ ଯୋଜନା ଏଵଂ ତାଙ୍କ ମିଛ ପ୍ରତିଶୃତି । ଅନ୍ୟ ପଟେ ଵଦଳିଥିଵା ସରକାର ସହ ନୂଆ  ଯୋଜନାକୁ ନେଇ ଆଶା। ନୂତନ ସରକାର ଏହି ପୋଲୋ ନିର୍ମାଣ କରି ଲୋକଙ୍କ ଆଶା ଆକାଂକ୍ଷା ପୂରଣ କରିବେ ବୋଲି ଆଶା ରଖିଛନ୍ତି ଗ୍ରାମବାସୀ l

ଅଧିକ ପଢ଼ନ୍ତୁ ଓଡିଶା ଖବର:
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The villagers are crossing the river in a dangerous situation | Argus News