ଦୁର୍ଗମରେ ଅଭିଶପ୍ତ ଜୀବନ, ଘନ ଅନ୍ଧାରରେ ରାତି କାଟୁଛନ୍ତି ଗ୍ରାମବାସୀ
·2 years ago·1 min read

ଅର୍ଗସ ବ୍ୟୁରୋ: ଦୁର୍ଗମରେ ଅଭିଶପ୍ତ ଜୀବନ, ଘନ ଅନ୍ଧାରରେ ରାତି କାଟୁଛନ୍ତି ଗ୍ରାମବାସୀ...ଏ ହେଉଛି ରାୟଗଡା ପିପିଲଗୁଡା ପଞ୍ଚାୟତର ତୋଳକଣା । ଗାଁରେ ରୁପହଞ୍ଚି ୧୫ ପରିବାର । ମାତ୍ର ଆଜିଯାଏଁ ହୋଇନାହିଁ ବିଦ୍ୟୁତ ସଂଯୋଗ। ଫଳରେ ଏବେବି ଲଣ୍ଠନ ଡିବିରି ଭରସାରେ ରାତି କାଟୁଛନ୍ତି ଅଞ୍ଚଳବାସୀ। ଏହି ଗ୍ରାମରେ 15 ରରୁ ଉର୍ଦ୍ଧ୍ବ ପରିବାର ସହିତ ୭୫ ଲୋକ ବସବାସ କରିଥାନ୍ତି। ଜିଲ୍ଲା ସଦର ମହକୁମା ଠାରୁ ମାତ୍ର ୧୭ କିଲୋମିଟର ଦୂରରେ ଅବସ୍ଥିତ ଏହି ଗ୍ରାମ। ମାତ୍ର ଦୁଃଖର ବିସୟ ଆଜି ପର୍ଯନ୍ତ ଅଞ୍ଚଳବାସୀଙ୍କ ନିକଟରେ ଆବାସ, ପାନୀୟଜଳ ବିଦ୍ୟୁତ ଭଳି ମୌଳିକ ସୁବିଧା ଅପହଞ୍ଚ।
ଖାଲି ଏହି ଗାଁ କାହିଁକି ରାୟଗଡ଼ା ଜିଲ୍ଲାର ମୋଟ ୧୦୯ ଗାଁକୁ ଆଜିବି ବିଜୁଳି ଆଲୁଅ ସଂଯୋଗ ହୋଇନାହିଁ ।ରାୟଗଡା ଜିଲ୍ଲାର ଏପରି ଅନେକ ଦୁର୍ଗମ ଅଞ୍ଚଳ ଅଛି ଯେଉଁଠି ଆଜିବି ବିଜୁଳି ଆଲୁଆ ସଂଯୋଗୀକରଣ କରାଯାଇନାହିଁ । ଫଳରେ ଗ୍ରାମବାସୀମାନଙ୍କୁ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: