Videos
|
Odisha

ଲୁଣ ପଖାଳରେ ଭୋକ ମେଣ୍ଟାଉଛନ୍ତି ଗ୍ରାମବାସୀ

Ritu Das
Browse all articles by Ritu Das
·2 years ago·2 min read
ଲୁଣ ପଖାଳରେ ଭୋକ ମେଣ୍ଟାଉଛନ୍ତି ଗ୍ରାମବାସୀ

ଅର୍ଗସ ବ୍ୟୁରୋ: ଲଙ୍କା ଲୁଣ ପଖାଳ ଖାଇ ବଞ୍ଚୁଥିବା ଏହି ଶିଶୁଙ୍କ ଦମ୍ ରେ 2036ରେ ବିକଶିତ ରାଜ୍ୟ ବନିବ କି ଓଡ଼ିଶା ? ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନଯୋଜନାରେ ମିଳୁଥିବା ମାଗଣା ଚାଉଳ ଯୋଗୁଁ ସିନା ଏମାନଙ୍କର ଭୋକ ମେଣ୍ଟି ଯାଉଛି । କିନ୍ତୁ ଏ ପିଲା ଓ ମାଆମାନଙ୍କର ପୁଷ୍ଟି ସାଧନ ହେବ କେମିତି ? କୁଆଡ଼େ ଗଲା ବିଜେଡି ସରକାରଙ୍କ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା ? କୁଆଡ଼େ ଗଲା 6 ବର୍ଷରୁ କମ୍ ପିଲାଙ୍କ ପାଇଁ ଅଣ୍ଡା ?

କୁଆଡ଼େ ଗଲା ଗର୍ଭବତୀ ଓ ପ୍ରସୂତୀଙ୍କ ପାଇଁ ଅଣ୍ଡା ଓ ମିଲେଟ୍ ? କେବଳ ପ୍ରଚାରରେ ସୀମିତ 24 ବର୍ଷର ସରକାରଙ୍କ ସବୁ ବିକାଶ ଯୋଜନା। ତାର ବଡ଼ ପ୍ରମାଣ ହେଉଛି ରେଢାଖୋଲ ନିର୍ବାଚନ ମଣ୍ଡଳୀର ଏହି ମହ୍ଲାର ଗାଁ ? 30 ପରିବାର ରହୁଥିବା ଏହି ଗାଁରେ ନା କେବେ ସରକାରୀ ବାବୁଙ୍କ ପାଦ ପଡ଼ିଛି ନା ଏଠାରେ ବିଜେଡିରୁ ଲଗାତାର 2 ଥର ନିର୍ବାଚିତ ହୋଇଆସୁଥିବା ବିଧାୟକ ରୋହିତ ପୂଜାରୀ ମହାଶୟ କେବେ ଆସିଛନ୍ତି ଏମାନଙ୍କର ଦୁଃଖ ବୁଝିବାକୁ। 

2016ରେ ଶିଳ୍ପ ସମୃଦ୍ଧ ଯାଜପୁର ଜିଲ୍ଲାରେ ନଗଡାରେ ପୁଷ୍ଟିହୀନତା ଯୋଗୁଁ 19 ଶିଶୁଙ୍କ ଜୀବନ ଯିବା ପରେ ସାରା ଦେଶରେ ଚହଳ ପଡ଼ିଥିଲା। ଏହାକୁ ନେଇ ବଦମାନ ମୁଣ୍ଡାଇବା ପରେ ନଗଡ଼ା ପାଇଁ ଯୋଜନାର ବର୍ଷା କରିଥିଲେ ବିଜେଡି ସରକାର। କିନ୍ତୁ 8 ବର୍ଷ ପରେ ଆଜି ମଧ୍ୟ ନଗଡ଼ାରେ ଭୋକର ରାଜୁତି। ଖାଇବା କହିଲେ ଭାତ, ଲୁଣ, ଚାକୁଣ୍ଡା ଶାଗ ଓ ଜଙ୍ଗଲି ଆଳୁ। ଯାହାର ସତ ବାରମ୍ବାର ସାମ୍ନାକୁ ଆମିଛି ଅର୍ଗସ୍। 

ଗୋଟିଏ ନଗଡ଼ାର ଭୋକ ମେଣ୍ଟାଇବାରେ ବିଫଳ 24 ବର୍ଷର ଅଞ୍ଚଳିତ ଦଳ ସରକାର ମହ୍ଲାର ଗାଁ ପରି ଓଡ଼ିଶାରେ ଥିବା ଶହ ଶହ ନଗଡ଼ାର ସ୍ଥିତି କେମିତି ସୁଧାରିବେ ? 24 ନିର୍ବାଚନରେ ଅପପୁଷ୍ଟି  ପାଲଟିଛି ଏକ ବଡ଼ ପ୍ରସଙ୍ଗ। ଯାହାର ପ୍ରଭାବ ସିଧାସିଧା ଭୋଟ୍ ଉପରେ ପଡିବ ବୋଲି ହୋଉଛି ଚର୍ଚ୍ଚା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର