Videos
|
Odisha

ପାନିୟ ଜଳ ସମସ୍ୟାକୁ ନେଇ ତାତିଲେ ଗ୍ରାମବାସୀ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ପାନିୟ ଜଳ ସମସ୍ୟାକୁ ନେଇ ତାତିଲେ ଗ୍ରାମବାସୀ

ଅର୍ଗସ ବ୍ୟୁରୋ: ସରକାର ବିକାଶର ନାରା ପିଟୁଥିବା ବେଳେ ଜୟପୁର ବଡିଗୁଡା ଗ୍ରାମରେ ଦେଖିବାକୁ ମିଳିଛି ପ୍ରକୃତ ଚିତ୍ର । ଗାଁରେ  95 ରୁ ଅଧିକା ପରିବାର ବସ ବାସ କରୁଥିବା ବେଳେ ଆଜିବି ଅନେକ ମୌଳିକ ସୁବିଧାରବଞ୍ଚିତ ରହିଛନ୍ତି। ଦୀର୍ଘଦିନ ହେବ ପାନୀୟ ଜଳର ସମସ୍ୟା ସହ ସଂଗ୍ରାମ କରୁଛନ୍ତି ଅଞ୍ଚଳବାସୀ । ସ୍ଥାନୀୟ ପ୍ରଶାସନ ତରଫରୁ 3 ଟି ବୋରବେଲର ବ୍ୟବସ୍ଥା କରା ଯାଇଥିଲେ ସୁଦ୍ଧା ସେଥିରୁ ଦୁଇଟି ବ୍ୟବହାର ଯୋଗ୍ୟ ନୁହେ। ଫଲରେ ଗ୍ରୀଷ୍ମ ଆରମ୍ଭରୁ ପାଣି ପାଇଁ ଆଉଟୁ ପାଉଟୁ ହେଉଛନ୍ତି ଗ୍ରାମବାସୀ ।

25 ବର୍ଷ ଧରି ସରକାର କୋରାପୁଟ ଜିଲ୍ଲାର ଦୁର୍ଗମ ଅଞ୍ଚଳ ବାସୀଙ୍କୁ ମୌଳିକ ସୁବିଧାରୁ ବଞ୍ଚିତ କରିଛନ୍ତି ।  ଆଜି ଯାଏଁ ଗାଁ କୁ ନା ଅଛି ଭଲ ରାସ୍ତା, ନା ହୋଇଛି ପିଇବା ପାଣି ଯୋଗାଣ।  ନିର୍ବାଚନ ପୂର୍ବରୁ ଏହି ସବୁ ସମସ୍ୟାର ସମାଧାନ ନ ହେଲେ ଆଗାମୀ ଦିନରେ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି ଅଞ୍ଚଳବାସୀ ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The villagers are worried about the problem of drinking water | Argus News