Videos
|
Odisha

 ବିରାଟକାୟ ଅଜଗରକୁ ପିଟି ପିଟି ମାରିଦେଲେ ଗ୍ରାମବାସୀ

Manini Pattanayak
Browse all articles by Manini Pattanayak
·2 years ago·1 min read
 ବିରାଟକାୟ ଅଜଗରକୁ ପିଟି ପିଟି ମାରିଦେଲେ ଗ୍ରାମବାସୀ

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ବାରିପଦା ବନଖଣ୍ଡ ଅଧୀନ କୁଳିଅଣା ବ୍ଲକ ଅଞ୍ଚଳରେ ଏକ ଅଜଗର ସାପକୁ ଲୋକେ ମାରିଦେଇଛନ୍ତି । ବିଲୁପ୍ତପ୍ରାୟ ପ୍ରାଣୀ-୧ (ସିଡ୍ୟୁଲ୍ଡ-୧) ପ୍ରଜାତିର ଅଜଗରକୁ ମାରି କିଛି ଲୋକ ରାସ୍ତାରେ ଘୋଷାଡ଼ି ଘୋଷାଡ଼ି ନେଉଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଅଜଗରଟିର ଲମ୍ବ ୧୦ଫୁଟରୁ ଉର୍ଦ୍ଧ୍ୱ ହୋଇଥିବା ଅନୁମାନ କରାଯାଉଛି। ତେବେ ଅଜଗରକୁ ମାରି ଘୋଷାଡ଼ି ନେଉଥିବା ବ୍ୟକ୍ତିଙ୍କ ହାତରେ ଏକ ମାରଣାସ୍ତ୍ର ରହିଛି। 

ଅନ୍ୟମାନେ ମୃତ ସାପ ଉପରେ ଚଢ଼ି ମାଡ଼ି ଯାଉଥିବା ଦେଖାଯାଇଛି। ଲୋକମାନେ ଅଜଗରକୁ କାହିଁକି ମାରିଲେ ଓ ତାହାକୁ ନେଇ କ’ଣ କଲେ ସେ ନେଇ ବନବିଭାଗ ପାଖରେ ଖବର ରହିଛି କି ନାହିଁ ଜଣାପଡୁନାହିଁ । ବିଲୁପ୍ତପ୍ରାୟ ବନପ୍ରାଣୀ ପ୍ରଜାତି-୧ ବର୍ଗରେ ଆସୁଥିବା ଏହି ସାପକୁ ଏଭଳି ମାରିବା ଧର୍ତ୍ତବ୍ୟ ଅପରାଧ ହୋଇଥିଲେ ହେଁ, ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲାର ଜନସାଧାରଣ ସଚେତନ ନୁହନ୍ତି। ତେବେ ମୟୂରଭଞ୍ଜ ଜିଲ୍ଲାରେ ବିଲୁପ୍ତପ୍ରାୟ ବନ୍ୟପ୍ରାଣୀଙ୍କୁ ହତ୍ୟା ଘଟଣା ବାରମ୍ବାର ଘଟୁଥିବା ବେଳେ ଏନେଇ ବ୍ୟାପକ ଜନସଚେତନତା ଜରୁରୀ ବୋଲି ମତପ୍ରକାଶ ପାଇଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: