Videos
|
Odisha

ପାନୀୟ ଜଳ ସମସ୍ୟାକୁ ନେଇ ରାଜରାସ୍ତାକୁ ଓହ୍ଲାଇଲେ ଗ୍ରାମବାସୀ

Ritu Das
Browse all articles by Ritu Das
·2 years ago·1 min read
ପାନୀୟ ଜଳ ସମସ୍ୟାକୁ ନେଇ ରାଜରାସ୍ତାକୁ ଓହ୍ଲାଇଲେ ଗ୍ରାମବାସୀ

ଅର୍ଗସ ବ୍ୟୁରୋ: ବରଗଡ଼ ଜିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଦିପାଲି  ଗାଁରେ ପାନୀୟ ଜଳ ସମସ୍ୟା ଥିବା ବେଳେ ପ୍ରଶାସନ ନା ରାଜନେତା କର୍ଣ୍ଣପାତ କରିନଥିବା ଅଭିଯୋଗରେ ଆଜି ଶତାଧିକ ମହିଳା ଓ ପୁରୁଷ ଉକ୍ତ ଗ୍ରାମରୁ ପଦ୍ମପୁର ସଂଯୋଗ କରୁଥିବା ରାସ୍ତାକୁ ବାଲ୍ଟି ରଖି ରାସ୍ତା ବନ୍ଦ କରିଦେଇଥିବା ଦେଖିବାକୁ ମିଳିଛି।

ସେପଟେ ଆଜି ବିଜେପୁର ଗସ୍ତରେ 5T ସଚିବ ଭି କେ ପାଣ୍ଡିଆନଙ୍କ କାର୍ଯ୍ୟକ୍ରମ ଥିବା ବେଳେ ଏପଟେ ଲୋକଙ୍କ ପାନୀୟ ଜଳ କଷ୍ଟ ପାଇଁ ରାଜ ରାସ୍ତାକୁ ଓହ୍ଲାଇବାକୁ ପଡୁଛି ।  ତୁରନ୍ତ ପାଣି ସମସ୍ୟା ସମାଧାନ ନ କଲେ ଭୋଟ ବର୍ଜନ ପାଇଁ ଚେତାବନୀ ମଧ୍ୟ ଦିଆଯାଇଛି । ଉକ୍ତ ସ୍ଥାନରେ ବିଜେପୁର ବିଧାୟକ ପ୍ରାର୍ଥୀ ସନତ କୁମାର ଗର୍ତିଆ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କ ସମସ୍ୟା ବୁଝିଥିବା ବେଳେ ସ୍ଥାନୀୟ ବିଡିଓ ସରୋଜ ବିଶ୍ଵାଳ ମଧ୍ୟ ପହଞ୍ଚି ଲୋକଙ୍କ ସହ ଆଲୋଚନା କରୁଛନ୍ତି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The villagers came down | Argus News