Videos
|
Odisha

ଗୁହାରୀ ଶୁଣିଲାଣି ପ୍ରଶାସନ, ଗ୍ରାମବାସୀ ତିଆରି କଲେ କାଠ ପୋଲ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଗୁହାରୀ ଶୁଣିଲାଣି ପ୍ରଶାସନ,  ଗ୍ରାମବାସୀ ତିଆରି କଲେ କାଠ ପୋଲ

ଅର୍ଗସ ବ୍ୟୁରୋ:  ଦୀର୍ଘ ଏକ ବର୍ଷ ଧରି ପୋଲ ନିର୍ମାଣ ପାଇଁ ସରକାରଙ୍କ ପଛରେ ଘୁରି ବୁଲିଲେ ଗ୍ରାମବାସୀ । କିନ୍ତୁ କେହିବି ଶୁଣିଲେ ନାହିଁ । ଶେଷରେ ଗ୍ରାମବାସୀ ନିଜ ଗ୍ରାମକୁ ଯାତାୟାତ ସୁବିଧା ପାଇଁ କାଠ ପୋଲ ନିର୍ମାଣ କରିବାକୁ ଅଣ୍ଟା ଭିଡିଲେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଳକ  ଦୁର୍ଗମ ମାଣ୍ଡାଇମରା ଗ୍ରାମ ପଞ୍ଚାୟତର ସାରାଲାପଦରରେ। ଗାଆଁ କୁ ଯିବାକୁ ହେଲେ ଦୀର୍ଘ 3 କିଲୋମିଟର ମାଟି ଓ ଖାଲ ଖମା ରାସ୍ତା ଦେଇ ଯିବାକୁ ପଡ଼େ । ସେଥିରେ ପୁଣି ଏକ ପାହାଡି ଝରଣା । ଝରଣା ଉପରେ ପୋଲ ଟେ ନଥିବାରୁ ଅନେକ ଅସୁବିଧାର ସମ୍ମୁଖିନ ହେଉଛନ୍ତି  ଅନେକ ଗ୍ରାମବାସୀ । ବାରମ୍ବାର ଏ ନେଇ ବ୍ଲକ୍ ପ୍ରଶାସନ ଠାରୁ ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ଗୁହାରି କରି ଆସିଛନ୍ତି । ଏପରିକି ତତ୍କାଳିନ ଫାଇଭ ଟି ଅଧ୍ୟକ୍ଷ ଭିକେ ପାଣ୍ଡିୟାନ ଙ୍କୁ ମଧ୍ୟ ଅଭିଯୋଗ  ଦେଇଛନ୍ତି । ଶେଷରେ ବାଧ୍ୟ ହୋଇ ଗ୍ରାମବାସୀ ଶ୍ରମ ଦାନ କରି ନିଜେ ଏହି ପୋଲ ନିର୍ମାଣ କରିଛନ୍ତି ।

ଅନେକ ସମୟରେ ଦୈନଦିନ ହାଟ ବଜାର,ସ୍କୁଲ କଲେଜ ଓ ମେଡିକାଲ୍ ଯିବାକୁ ଅନେକ ଅସୁବିଧାର ସମ୍ମୁଖିନ ହେଉଥିଲେ । ଖରାଦିନେ ଯେଣେ ତେଣେ ଚଳି ଯାଉଥିଲା । କିନ୍ତୁ ଏହି ବର୍ଷା ଦିନେ ହାଲତ ପୁରା ଖରାପ । ନା ଚାଲିକି ଯାଇ ପାରୁଥିଲେ ନା ଗାଡ଼ି ରେ ଯାଇ ପାରୁଥିଲେ ।ଏପରିକି ରୋଗୀ ଙ୍କୁ ନେବାକୁ ହେଲେ ବୋହିକୀ ନେଉଥିଲେ । ତେବେ ବାଧ୍ୟ ହୋଇ କାତି କୁରାଢି ଧରି ସଜବାଜ ହେଲେ ଓ ନିର୍ମାଣ କଲେ ଏହି ପୋଲ । 24 ବର୍ଷର ବିଜେଡି ସରକାର ସୁଣିଲାନି ଗୁହାରି । ବୁଝିଲାନି ଦୁର୍ଗମ ବାସୀଙ୍କ ଦୁଃଖ । ସୁଧରିଲେନି ଦୁର୍ଗମ ବାସୀଙ୍କ ସମସ୍ୟା । ଆଶା ବାନ୍ଧିଛନ୍ତି ବିଶ୍ୱାସ ରଖିଛନ୍ତି ଡବଲ ଇଞ୍ଜିନ ସରକାର ଉପରେ । ବଦଳିବ ଗ୍ରାମର ଚିତ୍ର । ଦୁରେଇବ ଦୁର୍ଗମବାସୀଙ୍କ ଦୁଃଖ ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
the villagers made wooden bridge | Argus News