Videos
|
Odisha

ପାଣି ଟୋପେ ପାଇଁ ନିଆରା ପ୍ରତିବାଦ କଲେ ଗ୍ରାମବାସୀ

Ritu Das
Browse all articles by Ritu Das
·2 years ago·1 min read
ପାଣି ଟୋପେ ପାଇଁ ନିଆରା ପ୍ରତିବାଦ କଲେ ଗ୍ରାମବାସୀ

ଅର୍ଗସ ବ୍ୟୁରୋ: ପାଣି ଟୋପେ ପାଇଁ ନିଆରା ପ୍ରତିବାଦ। ବାରମ୍ବାର ଅଭିଯୋଗ କଲେ ବି ଚେଇଁ ସୋଇଛି ପ୍ରଶାସନ। ଏନେଇ ନିଆରା ଭାବେ ପ୍ରତିବାଦ କଲେ ଗ୍ରାମବାସୀ  । ଗରା ବାଲ୍ଟି ଧରି ତରଭା ବ୍ଲକ ସମ୍ମୁଖରେ ମହିଳାମାନେ ଥାଳି ବଜାଇ ପ୍ରତିବାଦ କରିବା ସହିତ ଧାରଣା ଦେଇଛନ୍ତି ।  ତରଭା ବ୍ଲକ ଅନ୍ତର୍ଗତ ସରଗଜ ଗ୍ରାମର ବହୁ ମହିଳା ଏବଂ ପୁରୁଷ ପାନୀୟ ଜଳର ସମସ୍ୟାକୁ ନେଇ ତରଭା ବ୍ଲକ ଘେରାଉ କରିଥିଲେ I 

ଅନୁସାରେ ପ୍ରାୟ ଏକ ବର୍ଷରୁ ଉର୍ଦ୍ଧ ହେବ ସରଗଜ ଗ୍ରାମର ପ୍ରାୟ ଶତକଡା 80 ଭାଗ ଲୋକେ ପାନୀୟ ଜଳ ପାଇବାରୁ ବଞ୍ଚିତ ଅଛନ୍ତି I ବର୍ତ୍ତମାନ ଗ୍ରୀଷ୍ମ ଋତୁ ଆରମ୍ଭ ହେଉଥିବା ବେଳେ ଆଗକୁ ଆହୁରି ପାନୀୟ ଜଳର ସଙ୍କଟ ଦେଖାଦେବ। ଏ ନେଇ ଗ୍ରାମୀଣ ଜଳ ଯୋଗାଣ ଅଧିକାରୀ ତଥା ତରଭା ବ୍ଲକ ପ୍ରଶାସନକୁ ବାରମ୍ବାର ଜଣାଇଲା ପରେ ମଧ୍ୟ ସେମାନଙ୍କ କଥା କୌଣସି ଅଧିକାରୀ ଶୁଣୁନଥିବା ଅଭିଯୋଗ ହୋଇଛି I

ଏହାର ଫଳ ସ୍ୱରୂପ ଆଜି ବାଜା ଗାଜା ସାଙ୍ଗକୁ ହାତରେ ଥାଳ, ଗରିଆ, ବାଲଟି ଧରି ଅଭିନବ ଉପାୟରେ ନିଜର ସମସ୍ୟାକୁ ପ୍ରଶାସନ ଆଗରେ ଉପସ୍ଥାନ କରିଛନ୍ତି ସରଗଜ ଗ୍ରାମବାସୀମାନେ I ଦୀର୍ଘ ସମୟ ଧରି ଥାଳ ବଜାଇ ମହିଳା ଓ ପୁରୁଷମାନେ ବିଭିନ୍ନ ସ୍ଲୋଗାନ ଦେଇଥିଲେ I ଧାରଣା ସ୍ଥଳରେ ବିଡିଓଙ୍କ ଅନୁପସ୍ଥିତି ରହିଥିବ ବେଳେ rwss କନିଷ୍ଠ ଯନ୍ତ୍ରୀ ରବୀନ୍ଦ୍ର କୁମାର ସାହୁ ଖୁବ ଶୀଘ୍ର ପାନୀୟ ଜଳ ଯୋଗାଣର ସୁବିଧା କରାଯିବାର ପ୍ରତିଶୁତି ଦେବାପରେ ସମସ୍ତେ ଧାରଣାରୁ ଓହରିଥିଲେ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The villagers protested | Argus News