Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଗାଁ ରାସ୍ତା ମରାମତି କଲେ ଗ୍ରାମବାସୀ

Ritu Das
Browse all articles by Ritu Das
·1 year ago
ଗାଁ ରାସ୍ତା ମରାମତି କଲେ ଗ୍ରାମବାସୀ

ଅର୍ଗସ ବ୍ୟୁରୋ: ନିଜ ଗାଁ ପାଇଁ ରାସ୍ତା ନିର୍ମାଣ କରୁଛନ୍ତି ଗ୍ରାମବାସୀ। ସୂଚନା ଅନୁଯାୟୀ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ କୁଟିକିଆ ପଞ୍ଚାୟତ ର 5 ଟି ଗାଁ କୁ ନିତିଦିନିଆ ପକ୍କା ରାସ୍ତା ନାହିଁ। ଜିରିଡ଼ିପାଙ୍ଗା ଛକ ଠାରୁ ଏକ କିଲୋ ମିଟର ସମ୍ପୂର୍ଣ୍ଣ ମାଟି ରାସ୍ତା। 

ଗାଜୁରପଡ଼ି , ଲାଇନପାଲି, ଡଗରା ପାଙ୍ଗା , ଡମପାଡ଼ା ଓ ଗୁପ୍ତା ପାଙ୍ଗା ର ଗ୍ରାମବାସୀ ମାନେ ବ୍ଲକ ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁରଙ୍କୁ ବହୁବାର  ଅଭିଯୋଗ କରିଛନ୍ତି । କିନ୍ତୁ କିଛି ସୁଫଳ ମିଳି ନାହିଁ। ସେଥିପାଇଁ ସ୍ଥାନୀୟ ଗ୍ରାମବାସୀ ମାନେ ଆଜି ଏକତ୍ରିତ ହୋଇ ମିଳିତ ଭାବେ ନିଜେ ଶ୍ରମ ଦାନ କରି ଗାଁ  ରାସ୍ତାକୁ ମରାମତି କରୁଛନ୍ତି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The villagers | Argus News