Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଉତ୍କଟ ପାନୀୟ ଜଳ ସମସ୍ୟା, ବାରମ୍ୱାର ଅଭିଯୋଗ ପରେ ମଧ୍ୟ ଫଳଶୂନ

Odisha

ଉତ୍କଟ ପାନୀୟ ଜଳ ସମସ୍ୟା, ବାରମ୍ୱାର ଅଭିଯୋଗ ପରେ ମଧ୍ୟ ଫଳଶୂନ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଉତ୍କଟ ପାନୀୟ ଜଳ ସମସ୍ୟା, ବାରମ୍ୱାର ଅଭିଯୋଗ ପରେ ମଧ୍ୟ ଫଳଶୂନ

ଅର୍ଗସ ବ୍ୟୁରୋ:  ଯାଜପୁର ଜିଲ୍ଲା ବ୍ୟାସନଗର ପୋୖରାଞ୍ଚଳରେ ଦିନକୁ ଦିନ ଉତ୍କଟ ହେଉଛି ପାନୀୟ ଜଳ ସମସ୍ୟା l ବାରମ୍ବାର ବିଭାଗୀୟ ଅଧିକାରୀ ଙ୍କୁ ଅଞ୍ଚଳବାସୀ ଜଣାଇଥିଲେ ମଧ୍ୟ ଶୁଦ୍ଧ ପାନୀୟ ଜଳ ଟିକେ ପାଇବାରୁ ବଞ୍ଚିତ ହେଉଛନ୍ତି l ଆଜି 21 ନମ୍ବର ୱାର୍ଡ ସନ୍ତରା ଗାଁରେ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ଚାଲୁଥିବା ସମୟରେ ଗ୍ରାମବାସୀ ମାନେ ବିଭାଗୀୟ କର୍ମଚାରୀଙ୍କୁ ପାନୀୟ ଜଳ ଅସୁବିଧା ବିଷୟରେ ଜଣାଇଥିଲେ। ହେଲେ  କର୍ମଚାରୀ ଜଣଙ୍କ କହିଥିଲେ ସନ୍ତରା ଗାଁକୁ ପାଣି ଦିଆଯିବ ନାହିଁ l ଏହା ଶୁଣି ଗାଁ ଲୋକେ ଏକାଠି ହୋଇଥିଲେ l

ଖବର ପାଇ ଆସିଷ୍ଟାଣ୍ଟ ମ୍ୟାନେଜର ଘଟଣାସ୍ଥଳ ରେ ପହଂଚି ଗ୍ରାମବାସୀ ଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ l ହେଲେ ଗ୍ରାମବାସୀମାନେ ପାନୀୟଜଳ ସମସ୍ୟା ସମାଧାନ ନିମନ୍ତେ ବିଭାଗୀୟ ଅଧିକାରୀ ଙ୍କୁ ଦାବି ଜଣାଇବା ସହ ଘେରି ରହିଥିଲେ l ସରକାର ଘରେ ଘରେ ସ୍ୱଚ୍ଛ ପାନୀୟଜଳ ଯୋଗାଇ ଦେଉଥିବା ବୋର୍ଡ ମାରୁଥିବା ବେଳେ ଏ ହେଉଛି ତାର ପ୍ରକୃତ ଚିତ୍ର। ତେବେ ଖୁବଶୀଘ୍ର ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେବାପରେ ବିଭାଗୀୟ ଅଧିକାରୀଙ୍କୁ ଛାଡିଲେ ଗ୍ରାମବାସୀ l

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The villagers surrounded the officials for water | Argus News