Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କୁମ୍ଭୀରକୁ ପୋଖରୀ କୂଳରେ ବାନ୍ଧି ରଖିଛନ୍ତି ଗ୍ରାମବାସୀ

Manini Pattanayak
Browse all articles by Manini Pattanayak
·1 year ago·1 min read
କୁମ୍ଭୀରକୁ ପୋଖରୀ କୂଳରେ ବାନ୍ଧି ରଖିଛନ୍ତି ଗ୍ରାମବାସୀ

କେନ୍ଦ୍ରାପଡା:  ଆଜି ସକାଳ ସମୟରେ ରାଜନଗର ବ୍ଲକ ବ୍ରାହ୍ମଣସାହି ପଂଚାୟତ ର ଗଜରାଜପୁର ଗାଁ ଦାଣ୍ଡରେ ବୁଲୁଛି ବିଶାଳ କୁମ୍ଭୀର l ଆଜି ସକାଳୁ ବର୍ଷା ଲାଗି ରହିଥିବା ବେଳେ ହଠାତ ଗାଁ ଦାଣ୍ଡରେ ଏକ ବିଶାଳ କୁମ୍ଭୀର ବୁଲୁଥିବାର ଗାଁ ଲୋକେ ଦେଖିଥିଲେ l ଏତେ ବଡ଼ କୁମ୍ଭୀର କୁହ ଗାଁ ଭିତରେ ପଶିଥିବାର ଦେଖି ଗାଁ ଲୋକେ ଆତଙ୍କିତ ହୋଇଯାଇଛନ୍ତି l ପୋଖରୀରେ କୁମ୍ଭୀର ରହୁଥିବା ନେଇ ସ୍ଥାନୀୟ ଲୋକେ ବନବିଭାଗକୁ ପୂର୍ବରୁ ବହୁବାର ଖବର ଦେଇଥିଲେ l

ମାତ୍ର ବନବିଭାଗ କୁମ୍ଭୀରଟିକୁ ଉଦ୍ଧାର କରି ପାରିନଥିଲା lଗାଁ ଲୋକେ ଆସି ଜାଲ ସାହାଯ୍ୟରେ ପୋଖରୀରୁ ଏହି ସାଢେ ଚାରିଫୁଟର କୁମ୍ଭୀରଟିକୁ ଉଦ୍ଧାର କରି ବାନ୍ଧି ପକାଇ ଥିଲେ  ।  ଏହା ପରେ ବନବିଭାଗକୁ ଖବର ଦେଇଥିଲେ l ଫରେଷ୍ଟର ବିଜୟ ପାତ୍ର ଙ୍କ ନେତୃତ୍ୱରେ ବନ କର୍ମଚାରୀମାନେ ପହଂଚି କୁମ୍ଭୀରଟିକୁ ନେଇ ବାଉଁଶଗଡ଼ ନଦୀରେ ଛାଡ଼ିଥିବା ନେଇ ଜଣାପଡିଛି ।

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The villagers tied the crocodile to the pond | Argus News