Videos
|
Odisha

ପାରମ୍ପାରିକ ଗୀତ ନାଚ ସହ ଅମିତଙ୍କୁ ସ୍ୱାଗତ କଲେ ଗ୍ରାମବାସୀ

Banajyotshna Ray
Browse all articles by Banajyotshna Ray
·1 year ago
ପାରମ୍ପାରିକ ଗୀତ ନାଚ ସହ ଅମିତଙ୍କୁ ସ୍ୱାଗତ କଲେ ଗ୍ରାମବାସୀ

ଅର୍ଗସ ବ୍ୟୁରୋ:  ସୁନ୍ଦରଗଡ଼, ଜନ୍ମ ମାଟିରେ ହକି ତାରକା ଅମିତ ରୋହିଦାସଙ୍କୁ ସ୍ୱାଗତ। ପାରମ୍ପାରିକ ଗୀତ ନାଚ ସହ ସ୍ୱାଗତ କଲେ ଗାଁବାସୀ। ଭାରତୀୟ ହକି ଦଳ ଅଲମ୍ପିକ୍ସ ରେ ବ୍ରୋଞ୍ଜ ମେଡାଲ ହାସଲ କରିବା ପରେ ପ୍ରଥମ ଥର ପାଇଁ ନିଜ ଜନ୍ମଭୂମି ସଉନାମରା ଆସିଛନ୍ତି ଅମିତ। ଅମିତ ଙ୍କୁ ସ୍ବାଗତ କରିବା ପାଇଁ ଶତାଧିକ ଗ୍ରାମବାସୀ ଏକତ୍ରିତ ହୋଇଥିବା ବେଳେ ଗ୍ରାମବାସୀଙ୍କ ତରଫରୁ ଏକ ସାଧାରଣ ସଭାର ମଧ୍ୟ ଆୟୋଜନ କରାଯାଇଛି। ଅମିତ ପ୍ରଥମେ ନିଜ ଗାଁ ଘରକୁ ଯାଇ ତାଙ୍କ ମାଁ ଙ୍କୁ ଭେଟିଥିଲେ।

ମା'ଙ୍କୁ ଗୋଡ ଛୁଇଁ ମୁଣ୍ଡିଆ ମାରିବା ସହ ତାଙ୍କୁ ମେଡାଲ ପିନ୍ଧାଇ ଅଲମ୍ପିକ୍ସ ମେଡାଲଟି ମା ଙ୍କ ପାଇଁ ଆଣିଛି ବୋଲି କହିଥିଲେ। ଏହାଛଡ଼ା ଅମିତ ତାଙ୍କର ପ୍ରଥମ କୋଚ ବିଜୟ ଲାକ୍ରାଙ୍କୁ ମଧ୍ୟ ସାକ୍ଷାତ କରି ଧନ୍ୟବାଦ ଜଣାଇଥିଲେ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The villagers welcomed Amit with traditional songs and dances | Argus News