|
logo
Live

Argus News - ବୁଥ୍ ବାହାରେ ଖୋଦ୍ ଛେଣ୍ଡିପଦା ବିଧାୟକ କଲେ BJP କର୍ମୀଙ୍କୁ ଆକ୍ରମଣ

Odisha

ବୁଥ୍ ବାହାରେ ଖୋଦ୍ ଛେଣ୍ଡିପଦା ବିଧାୟକ କଲେ BJP କର୍ମୀଙ୍କୁ ଆକ୍ରମଣ

Manini Pattanayak
Browse all articles by Manini Pattanayak
·1 year ago·2 min read
ବୁଥ୍ ବାହାରେ ଖୋଦ୍ ଛେଣ୍ଡିପଦା ବିଧାୟକ କଲେ BJP କର୍ମୀଙ୍କୁ ଆକ୍ରମଣ

ଭୁବନେଶ୍ୱର: ନିର୍ବାଚନ ବେଳେ ସାମ୍ନାକୁ ଆସିଛି BJD ବିଧାୟକଙ୍କ ହିଂସ୍ର ଅବତାର । ବୁଥ୍ ବାହାରେ ଖୋଦ୍ ଛେଣ୍ଡିପଦା ବିଧାୟକ କଲେ BJP କର୍ମୀଙ୍କୁ କରିଛନ୍ତି ଆକ୍ରମଣ । ଯାହାକୁ ସାରା ରାଜ୍ୟରେ କଡ଼ା ନିନ୍ଦା କରାଯାଉଛି । ରାଜ୍ୟ ସାରା ଶାସକ ଦଳର ହିଂସାର ପୁଳା ପୁଳା ନଜିର ଆସିଛି । ଆଉ ଆଠମଲ୍ଲିକ ଓ ଆଠଗଡ଼ରେ ଅର୍ଗସ୍ ସାମ୍ବାଦିକଙ୍କ ଉପରେ ହୋଇଛି ଆକ୍ରମଣ । ଏଠି ପ୍ରଶ୍ନ, ପରାଜୟ ଭୟରେ ବିଜେଡି କରୁଛି କି ଏଭଳି ହିଂସ୍ର ଆଚରଣ । 25 ବର୍ଷ ପରେ ସତ୍ତା ପରିବର୍ତ୍ତନ ମୁହାଁ କି ଓଡ଼ିଶା ।  ଇଲେକ୍ସନ୍ ବୁଥ୍ ବାହାରେ ଚିତ୍କାର କରୁଥିବା, ଅନ୍ୟ ଜଣଙ୍କୁ ଧକ୍କା ମାରୁଥିବା ଏ ବ୍ୟକ୍ତି ହେଉଛନ୍ତି ଛେଣ୍ଡିପଦାର ବିଜେଡି ବିଧାୟକ ସୁଶାନ୍ତ ବେହେରା। ଜଣେ ଜନ ପ୍ରତିନିଧି। ଆଇନ ନିର୍ମାତା। କିନ୍ତୁ ଭୋଟ୍ ପାଇଁ ସର୍ବ ସମ୍ମୁଖରେ ଆଇନ ଭାଙ୍ଗିଛନ୍ତି ବିଜେଡି ବିଧାୟକ ସୁଶାନ୍ତ ବେହେରା। କୋଶଳା ପଞ୍ଚାୟତ ଶିମିଳିସାହି ବୁଥରେ ବିଜେପି କର୍ମୀଙ୍କ ଉପରେ କରିଛନ୍ତି ଗୁଣ୍ଡାଙ୍କ ଭଳି ହିଂସ୍ର ଆକ୍ରମଣ।

 ଯେଉଁ ଦଳର ବିଧାୟକଙ୍କ ଆଚରଣ ଗୁଣ୍ଡାଙ୍କ ଭଳି ସେ ଦଳର ନେତା ଓ କର୍ମୀଙ୍କ ଆଚରଣ ବା କେମିତି ହୁଅନ୍ତା। ସାରା ରାଜ୍ୟରୁ ସାମ୍ନାକୁ ଆସିଛି ଶାସକ ବିଜୁ ଜନତା ଦଳ ନେତାଙ୍କ ହିଂସାର ଏମିତି ମାଳ ମାଳ ଚିତ୍ର। ଅନୁଗୁଳ ଆଠମଲ୍ଲିକରେ ଇଲେକ୍ସନ୍ ରିପୋର୍ଟିଂ କରୁଥିବା ଅର୍ଗସ୍ ପଶ୍ଚିମ ଓଡ଼ିଶା ବ୍ୟୁରୋଚିଫ୍ ଲିପନ ହୋତା ଓ ଅର୍ଗସ୍ କ୍ୟାମେରା ମ୍ୟାନଙ୍କ ଉପରେ ଆକ୍ରମଣ କରିଛନ୍ତି ବିଜେଡି କର୍ମୀ। ଏଥିସହ କ୍ୟାମେରା ବି ଭଙ୍ଗାରୁଜା କରିଛନ୍ତି।  ସେହିପରି କଟକ ଆଠଗଡ଼ ସମସରପୁର ପଞ୍ଚାୟତର ୯୫ ନମ୍ବର ବୁଥରେ ବିଜେଡି କର୍ମୀ ରିଗିଂ କରୁଥିବା ଖବର ପାଇଁ ସେଠାରେ ପହଞ୍ଚିଥିବା ଆଠଗଡ଼ ଅର୍ଗସ ଟିମ୍ ମଧ୍ୟ ହୋଇଛି ବିଜେଡି ଗୁଣ୍ଡାଙ୍କ ଆକ୍ରୋଶର ଶିକାର। ଅର୍ଗସ୍ ରିପୋର୍ଟର ସନ୍ତୋଷ ବାରିକଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ କ୍ୟାମେରାମ୍ୟାନ ମହେଶ୍ବର ବେହେରାଙ୍କୁ ଆକ୍ରମଣ କରିଛନ୍ତି ବିଜେଡି ଗୁଣ୍ଡା।  ଆଠମଲ୍ଲିକର ମାଧପୁର ମଣ୍ଡଳ ସୋରିଷପଙ୍କ ବୁଥ୍‌ ନମ୍ବର ୧୫୮ରେ ବିଜେପିର ବୁଥ୍ ଏଜେଣ୍ଟଙ୍କୁ ମାରଣାନ୍ତକ ଆକ୍ରମଣ କରିଛନ୍ତି ବିଜେଡି ଗୁଣ୍ଡା I ଆହତ ବିଜେପି ଏଜେଣ୍ଡ ସୂରଥ କର୍ଣ୍ଣ ମାଧପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । 

ରେଢାଖୋଲ ବାଟଗାଁ ପଞ୍ଚାୟତ ଗଦାଧରପୁର ୨୩୨ନଂ ବୁଥରେ ବିଜେଡି କର୍ମୀ କରିଛନ୍ତି ଗୁଣ୍ଡାଗର୍ଦ୍ଦି । ଲୋକଙ୍କୁ ଶଙ୍ଖରେ ଭୋଟ ଦେବାକୁ ଭୋଟରଙ୍କୁ ବିଜେଡି ସମର୍ଥକ ଧମକାଉଥିବାବେଳେ ଏହାକୁ ବିରୋଧ କରିଥିବା ଶୁଭବ୍ରତ ପଣ୍ଡାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ରକ୍ତମୁଖା ବିଜେଡି କର୍ମୀ।  ଢ଼େଙ୍କାନାଳରେ ବିଜେଡିକୁ ଭୋଟ ନଦେବାରୁ ମହିଳାଙ୍କୁ ଆକ୍ରମଣ କରିଛନ୍ତି ବିଜେଡି କର୍ମୀ। ଆହତ ପ୍ରମିଳା ରାଉତ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।  ଆଠମଲ୍ଲିକ ନାକଚି ମଣ୍ଡଳର 55 ନଂ ବୁଥ ନିକଟରେ ବିଜେପି କର୍ମୀ ରିତେଶ କୁମାର କୁଶୱାହଙ୍କୁ ଆକ୍ରମଣ କରିଛନ୍ତି ସ୍ଥାନୀୟ ସରପଞ୍ଚ ମନୋଜ ବାଘ ଓ ତାଙ୍କ ସାନ ଭାଇ ସୂର୍ଯ୍ୟ ବାଘ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କେନ୍ଦୁଝର ଘସିପୁରା ନିର୍ବାଚନ ମଣ୍ଡଳୀର ନୂଆପଡ଼ା ୧୭୮ବୁଥରେ ରିଗିଂ ଉଦ୍ୟମ କରିବା ସହ ବିରୋଧ କରୁଥିବା ଅନ୍ୟ ଦଳର କର୍ମୀଙ୍କୁ ଆକ୍ରମଣ କରିଛନ୍ତି ବିଜେଡି କର୍ମୀ। ଏଥିରେ 2 ଜଣ ଆହତ ହୋଇଥିବାବେଳେ 2 ଜଣଙ୍କୁ ଅଟକ ରଖିଛି ପୋଲିସ।  ପୁରୀ ବାଳିକା ହାଇସ୍କୁଲ ବୁଥରେ ବିଜେପି ଯୁବମୋର୍ଚ୍ଚା କର୍ମୀଙ୍କୁ ଆକ୍ରମଣ କରିଛନ୍ତି ବିଜେଡିର 40ରୁ ଅଧିକ ଗୁଣ୍ଡା।  ସାରା ରାଜ୍ୟରେ ବିଜେଡିର ଏମିତି ଗୁଣ୍ଡାଗିରିକୁ ନେଇ ନେଇ ପ୍ରଶ୍ନ ପରାଜୟ ଭୟରେ ବିଜେଡି କରୁଛି କି ଏଭଳି ହିଂସ୍ର ଆଚରଣ ? କୁହାଯାଉଛି ଏହା ଜନସମର୍ଥନ ହରାଇଥିବାର ସଙ୍କେତ । 25 ବର୍ଷ ପରେ ଓଡ଼ିଶା ସତ୍ତା ପରିବର୍ତ୍ତନ ମୁହାଁ ହେଉଛି କି ?
ଅଧିକ ପଢନ୍ତୁ ଓଡ଼ିଶା ଖବର 

Sponsored
ବୁଥ୍ ବାହାରେ ଖୋଦ୍ ଛେଣ୍ଡିପଦା ବିଧାୟକ କଲେ BJP କର୍ମୀଙ୍କୁ ଆକ୍ରମଣ | Argus News