Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅପେକ୍ଷାର ହେବ ଅନ୍ତ , ଆଜି ଶପଥ ନେବେ ନୂଆ ମୁଖ୍ୟମନ୍ତ୍ରୀ

Swayangprajna Mishra
Browse all articles by Swayangprajna Mishra
·2 years ago·2 min read
ଅପେକ୍ଷାର ହେବ ଅନ୍ତ , ଆଜି ଶପଥ ନେବେ ନୂଆ ମୁଖ୍ୟମନ୍ତ୍ରୀ

Key Points

  •  
  • ଆଉ କିଛି ଘଣ୍ଟାରେ ଓଡ଼ିଶାବାସୀଙ୍କ ଅପେକ୍ଷାର ହେବ ଅନ୍ତ
  • ଶପଥ ସମାରୋହ ପାଇଁ ଜନତା ମଇଦାନରେ ବଡ଼ ପ୍ରସ୍ତୁତି
  • ଯୋଗଦେବେ ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କ ସମେତ ୫ରୁ ଅଧିକ ରାଜ୍ୟର ମୁଖ୍ୟମନ୍ତ୍ରୀ
  • ଓଡ଼ିଆଙ୍କ ଇଷ୍ଟ ମହାପ୍ରଭୁଙ୍କ ସହ ବିଭିନ୍ନ ମଠର ସାଧୁସନ୍ଥଙ୍କୁ ନିମନ୍ତ୍ରଣ  
  • ନବୀନ, ଶକ୍ତିକାନ୍ତଙ୍କ ସମେତ ଓଡ଼ିଶା କ୍ୟାଡରର ୧୦୦ IAS ଅଧିକାରୀଙ୍କୁ ଇନଭିଟେସନ୍
     

 ଅର୍ଗସ ବ୍ୟୁରୋ : ବଡ଼ ସମାରୋହ । ବଡ଼ ପ୍ରସ୍ତୁତି । ବୁଧବାର ଓଡ଼ିଶାରେ ନୂଆ ବିଜେପି ସରକାର ।ଶପଥ ସମାରୋହ ପାଇଁ ସଜେଇ ହୋଇଛି ଭୁବନେଶ୍ବର । ଜନତା ମଇଦାନରେ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି। ଓଡ଼ିଶାରେ ପ୍ରଥମ ଥର ବିଜେପିର ମୁଖ୍ୟମନ୍ତ୍ରୀ ଶପଥ ନେବାକୁ ଯାଉଥିବାବେଳେ ସମାରୋହରେ ଯୋଗଦେବେ ପ୍ରଧାନମନ୍ତ୍ରୀ ମୋଦି । ଏଥିସହ କେନ୍ଦ୍ରମନ୍ତ୍ରୀଙ୍କ ସମେତ ବହୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ବହୁ ବିଶିଷ୍ଟ ବ୍ୟକ୍ତି ସାମିଲ ହେବେ । ମୋଦିଙ୍କ ଗସ୍ତ ପୂର୍ବରୁ ବିମାନବନ୍ଦରରୁ ରାଜଭବନ, ରାଜଭବନରୁ ଜନତା ମୈଦାନ ପର୍ଯ୍ୟନ୍ତ ପିଏମଙ୍କ କାରକେଡ୍ ରିହଲର୍ସଲ୍ କରାଯାଇଛି । ଓଡ଼ିଆଙ୍କ ଆରାଧ୍ୟ ମହାପ୍ରଭୁ ଜଗନ୍ନାଥ। ତାଙ୍କରି ଆଜ୍ଞାରେ ହିଁ ହୁଏ ସବୁ ଶୁଭ କାମ । ଏଥିପାଇଁ ଶପଥ ଉତ୍ସବ ପାଇଁ ଗୁଆ, ଚାଉଳ ଓ ନଡ଼ିଆ ଦେଇ ମହାପ୍ରଭୁ ଜଗନ୍ନାଥଙ୍କୁ ନିମନ୍ତ୍ରଣ କରାଯାଇଛି । 

ଅଧିକ ପଢନ୍ତୁ : ନବୀନ, ଶକ୍ତିକାନ୍ତଙ୍କ ସମେତ ଓଡ଼ିଶା କ୍ୟାଡରର ୧୦୦ IAS ଅଧିକାରୀଙ୍କୁ ଇନଭିଟେସନ୍

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସ, LIC ଚେୟାରମ୍ୟାନ୍ ସିଦ୍ଧାର୍ଥ ମହାନ୍ତି, ଓଡ଼ିଶା କ୍ୟାଡରର ୧୦୦ ଜଣ IAS ଅଧିକାରୀଙ୍କୁ ଦିଆଯାଇଛି ନିମନ୍ତ୍ରଣ ।ଶପଥ ସମାରୋହ ପାଇଁ ସାଧୁ ସନ୍ଥଙ୍କୁ ବି କରାଯାଇଛି ନିମନ୍ତ୍ରଣ। ନିମନ୍ତ୍ରଣ ପାଇ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଜଳେଶପଟ୍ଟା ଆଶ୍ରମ ସମେତ ବିଭିନ୍ନ ମଠ ମନ୍ଦିରରୁ ସାଧୁସନ୍ଥ ମାନେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚୁଛନ୍ତି ।
ଶପଥ ଗ୍ରହଣ ଉତ୍ସବ ପାଇଁ ସୁରକ୍ଷା ବଳୟରେ ଭୁବନେଶ୍ବର । ଏୟାରପୋର୍ଟରୁ ଜନତା ମୈଦାନ ଯାଏ କଡ଼ା ସୁରକ୍ଷା ବ୍ୟବସ୍ଥା । ସାଧାରଣ ଲୋକଙ୍କ ପାଇଁ କାର୍ଯ୍ୟକ୍ରମକୁ ଆସିବାର ବ୍ୟବସ୍ଥା ହୋଇଛି । ଟ୍ରାଫିକ୍ ରୁଟ ପାଇଁ ନିର୍ଦ୍ଦେଶନାମା ଜାରି ହୋଇଛି । ଜୟଦେବ ବିହାରରୁ କଳିଙ୍ଗ ହସ୍ପିଟାଲ ଛକ ଅପରାହ୍ନ ୨ରୁ ସଂଧ୍ୟା ୭ ଯାଏ ବନ୍ଦ ରହିବ । କେବଳ ଗାଡି ପାସ୍‌ ଥିଲେ ଯିବା ଆସିବା କରିପାରିବେ। ୨ ଜଣ DIG, SP, DCP ଏବଂ ୧୮ ଜଣ କମାଣ୍ଡାଣ୍ଟ ସୁରକ୍ଷାରେ ନିୟୋଜିତ ରହିବେ ।... ୫୮ ଜଣ DSP, ୯୪ ଜଣ ଇନ୍ସପେକ୍ଟର ମୁତୟନ ରହିବେ । ଏସ୍‌ଆଇ, ଏଏସ୍‌ଆଇ, ହାବିଲଦାର ପ୍ରମୁଖଙ୍କୁ ସୁରକ୍ଷାରେ ନିୟୋଜିତ କରାଯାଇଛି । ମୋଟ ୫୯ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ସହ  ୩୦ ହଜାରରୁ ଅଧିକ ଲୋକଙ୍କ ପାଇଁ ବ୍ୟବସ୍ଥା ହୋଇଛି । ଜୟଦେବ ବିହାର ଛକଠାରୁ ନାଲକୋ ଛକ ଯାଏଁ କୌଣସି ଯାନବାହାନ ଯାତାୟତ କରିପାରିବ ନାହିଁ। ଏହାକୁ ସଂଯୋଗ କରୁଥିବା ଗଳି ରାସ୍ତାରୁ ମଧ୍ୟ କୌଣସି ଗାଡି ଆସିପାରିବନାହିଁ । ପୁରା ଅଞ୍ଚଳ ସିସିଟିଭି ନଜରରେ ରହିଥିବା କହିଛନ୍ତି ପୋଲିସ କମିଶନର ।ସେପଟେ ନୂଆ ସରକାର ପାଇଁ ACS ପକ୍ଷରୁ ଜୁନ୍ 30 ତାରିଖ ଯାଏଁ ସବୁ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ୍ କରାଯାଇଛି । କେବଳ ସ୍ବାସ୍ଥ୍ୟଗତ ସମସ୍ୟା ଥିଲେ ଅନୁମତି ନେଇ ଛୁଟି ନେଇପାରିବେ ନହେଲେ ହେଡକ୍ବାର୍ଟର ନଛାଡ଼ିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

Sponsored