ପ୍ରତୀକ୍ଷାର ହେଲା ଅନ୍ତ, ଖୋଲିଲା ଶ୍ରୀମନ୍ଦିରର ୪ ଦ୍ବାର

ଅର୍ଗସ ବ୍ୟୁରୋ : ନିଜ ବଡ଼ ପ୍ରତିଶ୍ରୁତି ପୂରଣ କଲେ ନୂଆ ବିଜେପି ସରକାର। ସବୁ ପ୍ରତୀକ୍ଷାର ଅନ୍ତ ହେଲା ଆଉ ଖୋଲିଲା ମହାପ୍ରଭୁଙ୍କ ଶ୍ରୀମନ୍ଦିରର 4 ଦ୍ବାର। ନୂଆ ମନ୍ତ୍ରୀ ପରିଷଦର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ଖୋଲିଛି ଶ୍ରୀମନ୍ଦିରର 4 ଦ୍ବାର। ମହାପ୍ରଭୁଙ୍କ ମଙ୍ଗଳ ଆଳତି ପରେ ଭକ୍ତଙ୍କ ପାଇଁ ଖୋଲାଯାଇଛି 4 ଦ୍ବାର। ପ୍ରଥମ କ୍ୟାବିନେଟ ବୈଠକରେ ଶ୍ରୀମନ୍ଦିର ଚାରି ଦ୍ବାର ଖୋଲିବାକୁ ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର। ଗୁରୁବାର ସକାଳେ ମଙ୍ଗଳ ଆଳତି ପରେ ଉକ୍ତଙ୍କ ପାଇଁ ଖୋଲିଛି ପୁରୀ ଶ୍ରୀମନ୍ଦିରର ୪ ଦ୍ବାର। ଶପଥ ଗ୍ରହଣ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଲୋକ ସେବା ଭବନରେ ପ୍ରଥମ ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ ବୈଠକରେ ଅଧ୍ୟକ୍ଷତା କରି ୪ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଗ୍ରହଣ କରିଥିଲେ।
ଅଧିକ ପଢନ୍ତୁ : ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି: ହିମନ୍ତ ବିଶ୍ୱଶର୍ମା
ଏହି ନିଷ୍ପତ୍ତି ଅନୁଯାୟୀ, ଗୁରୁବାର ସକାଳେ ମହାପ୍ରଭୁଙ୍କ ମଙ୍ଗଳ ଆରତୀ ସମୟରେ ଶ୍ରୀମନ୍ଦିରର ଚାରି ଦ୍ବାର ଖୋଲାଯିବ। ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭାବାବେଗ ଓ ସୁବିଧାକୁ ଦୃଷ୍ଟିରେ ରଖି ରାଜ୍ୟ ମନ୍ତ୍ରୀମଣ୍ଡଳର ସଦସ୍ୟ ମାନଙ୍କ ଉପସ୍ଥିତିରେ ଚାରି ଦ୍ବାର ଖୋଲାଯିବ। ଗତ କିଛି ବର୍ଷ ହେବ ତିନି ଦ୍ବାର ବନ୍ଦ ଥିବା ହେତୁ ଭକ୍ତ ଓ ଶ୍ରଦ୍ଧାଳୁମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏହାଦ୍ବାରା ଭକ୍ତ ଓ ଭଗବାନଙ୍କ ଭିତରେ ଏକ ବ୍ୟବଧାନ ସୃଷ୍ଟି ହେଉଥିଲା। ଚାରି ଦ୍ବାର ଖୋଲାଯିବା ଦ୍ବାରା ଏହି ବ୍ୟବଧାନ ଦୂର ହୋଇଛି। ଓଡ଼ିଆଙ୍କ ପ୍ରାଣକେନ୍ଦ୍ର କାଳିଆ ସାଆନ୍ତଙ୍କ ଠାରୁ ଭକ୍ତଙ୍କୁ କେହି ଅଲଗା କରିପାରିବେ ନାହିଁ, ଏହା ହିଁ ନୂଆ ବିଜେପି ସରକାର ପ୍ରମାଣିତ କରିଛନ୍ତି।