ଓ୍ବେଷ୍ଟ ମ୍ୟାନେଜ୍ମେଣ୍ଟ ସେଣ୍ଟର ଅଳିଆଗଦାରେ ନିଆଁ ଲଗାଦେଲେ

ଅର୍ଗସ ବ୍ୟୁରୋ: ଅବ୍ୟବସ୍ଥା ଘେରରେ ଚାଲିଛି ବୁର୍ଲା ସହରର ମହତାବ ନଗର ପଛପଟେ ଥିବା ଓ୍ବେଷ୍ଟ ମ୍ୟାନେଜ୍ମେଣ୍ଟ ସେଣ୍ଟର । ଏହା ର ପରିଚାଳନା ଦାୟିତ୍ୱ ଏକ ମହିଳା ଏସ୍.ଏସ୍.ଜି ଗ୍ରୁପ ହାତରେ ଟେକି ଦେଇଛି ସମ୍ବଲପୁର ମହାନଗର ନିଗମ । କିନ୍ତୁ ଏଠାରେ ଅବ୍ୟବସ୍ଥା ଦିନକୁ ଦିନ ବଢିଚାଲିଥିବା ଅଭିଯୋଗ ହେଉଛି ।
ଦୁଇ ଦିନ ହେଲା ଏହି କେନ୍ଦ୍ରରେ ଠୁଲ ହୋଇଥିବା ଶୁଖିଲା ଅଳିଆରେ ନିଆଁ ଲଗାଇେ ଦେଇଥିଲେ। ଏହି ନିଆଁ ଧୀରେ ଧୀରେ ବ୍ୟାପିଯାଇଥିଲା । ଏଥିରୁ ବାହାରୁଥିବା ବିଷାକ୍ତ ଧୂଆଁରେ ସାରା ସହରକୁ ଆଚ୍ଛାଦିତ କରି ଦେଇଥିଲା । ଏହି ଓ୍ବେଷ୍ଟ ମ୍ୟାନେଜ୍ମେଣ୍ଟ ର ପରିଚାଳନା ଦାୟିତ୍ୱ ସମ୍ଭାଳୁଥିବା ଏସ୍.ଏସ୍.ଜି ଗ୍ରୁପ ର ଅବହେଳା କୁ ଲୋକେ ଦାୟି କରିଛନ୍ତି । ତେବେ ଅନେକ ସମୟରେ ଏହାର ପରିଚାଳନାକୁ ନେଇ ଅବ୍ୟବସ୍ଥା ହେଉଥିବା ଅଭିଯୋଗ ହେଉଛି । ଆଜି ଏଠାରେ ଗଦା ହୋଇଥିବା ଶୁଖିଲା ଅଳିଆ ଯାହାକି ସହରର ସମସ୍ତ ଘର ଏବଂ ଦୋକାନ ଗୁଡିକରୁ ସଂଗ୍ରହ କରି ଏଠାରେ ରଖାଯାଇ ପରବର୍ତି ସମୟରେ ଏହାକୁ ଖତ ତିଆରି କରାଯାଏ । ସେହି ଅଳିଆରେ ଆଜି କେହି ଜାଣିଶୁଣି ନିଆଁ ଲଗାଇ ଦେଇଥିବା ଚର୍ଚା ହେଉଛି । ଫଳରେ ସକାଳୁ ଏହି ନିଆଁ ଲାଗିଥିବା ବେଳେ ରାତି ପର୍ଯ୍ୟନ୍ତ ଲିଭିନଥିଲା । ଏଠାରୁ ବିଶାକ୍ତ ଧୁଆଁ ବାହାରି ସମଗ୍ର ସହରକୁ ବ୍ୟାପିଯାଇଥିଲା । ଫଳରେ ଲୋକେ ଅସନ୍ତୋଷ ବ୍ୟକ୍ତ ପ୍ରକାଶ କରିଛନ୍ତି।
ବୁର୍ଲା ସହରର ମହତାବ ନଗର ଠାରେ ଥିବା ଓଷ୍ଟ ମ୍ୟାନେଜମେଣ୍ଟ ସେଣ୍ଟର ର ଅକିଆ ଗଦା ନିଆଁ ଲଗାଇଦେଇଥିବା ହେତୁ ବୁର୍ଲାବାସୀ ହନ୍ତସନ୍ତ ହେଉଛନ୍ତି।ଏନେଇ ସମ୍ବଲପୁର ମହାନଗର ନିଗମର କମିଶନର ବେଦଭୂଷଣ ଙ୍କୁ ପଚାରିବାରୁ ଏହି ଅଳିଆ ଗଦାରେ ଲାଗିଥିବା ନିଆଁ କୁ ଖୁବଶୀଘ୍ର ଲିଭା ଯିବା।ତାହା ସହିତ ଯିଏ ନିଆଁ ଲଗାଇଛି ଜଣା ପଡିଲେ ତାର ପ୍ରତି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି। ଅଳିଆ ଗଦାରେ ନିଆଁ ଲଗାଇ ଥିବା ବ୍ୟକ୍ତିଙ୍କ ଉପରେ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସାଧାରଣ ରେ ଦାବି ହେଉଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର