Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପୋଲ ଉପରେ ଚାଲୁଛି ପାଣି, ଯାତାୟତ ଠପ୍

Odisha

ପୋଲ ଉପରେ ଚାଲୁଛି ପାଣି, ଯାତାୟତ ଠପ୍

Manini Pattanayak
Browse all articles by Manini Pattanayak
·1 year ago·2 min read
ପୋଲ ଉପରେ ଚାଲୁଛି ପାଣି, ଯାତାୟତ ଠପ୍

ମାଲକାନଗିରି: ମାଲକାନଗିରିରେ ଭୟଙ୍କର ଜଳ ପ୍ରଳୟ । ଲଗାଣ ବର୍ଷାରେ  ବଣ୍ଡା ଘାଟିରେ ଭୂସ୍ଖଳନ । ଫଳରେ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି ବଣ୍ଡା ଘାଟି । ଅନେକ ସ୍ଥାନରେ ପୋଲ ଉପରେ ଚାଲୁଛି ପାଣି ଆଉ ଯାତାୟତ ଠପ୍ ହୋଇପଡ଼ିଛି । କେବଳ ଉପାନ୍ତ ଅଞ୍ଚଳ ନୁହେଁ, ଖୋଦ୍  ମାଲକାନଗିରି ସହରରେ ବି ବନ୍ୟା ପରିସ୍ଥିତି ଉପୁଜୁଛି । ଘର ଭିତରେ ପାଣି ପଶିବା ସହ ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି । ସେପଟେ ରାଜ୍ୟରେ ଆହୁରି ୨୪ ଘଣ୍ଟା ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଲଗାଣ ବର୍ଷାରେ ବେହାଲ ମାଲକାନଗିରି ଜିଲ୍ଲା । ଜିଲ୍ଲାକୁ ସଂଯୋଗ କରୁଥିବା ୩୨୬ ଜାତୀୟ ରାଜପଥର ପାଙ୍ଗମ ନଦୀରେ ଜଳ ସ୍ତର ବୃଦ୍ଧି ପାଇ ପୋଲ ଉପରେ ଜଳ ପ୍ରବାହିତ ହେବାରୁ ଯାତାୟାତ ବନ୍ଦ ହୋଇଯାଇଛି । ସେହିପରି କାଲିମେଳା ବ୍ଲକ କାଲିମେଳାଠୁ ମୋଟୁ ଓ ଆନ୍ଧ୍ରକୁ ସଂଯୋଗ କରୁଥିବା ୩୨୬ ନମ୍ବର ଜାତୀୟ ରାଜପଥର କାଙ୍ଗୁରୁକୋଣ୍ଡା ଓ ଏମଭି-୯୬ ପୋଲ ଉପରେ ଜଳ ପ୍ରବାହିତ ହେଉଛି । ମାଲକାନଗିରିରୁ କାଲିମେଳାକୁ ସଂଯୋଗ କରୁଥିବା ରାସ୍ତାରେ ଥିବା ପୋଟେରୁ ପୋଲ ଉପରେ ମଧ୍ୟ ପ୍ରାୟ ୪  ଫୁଟ୍ ଉଚ୍ଚତାର ଜଳ ପ୍ରବାହିତ ହେଉଛି । ଜିଲ୍ଲାର ଲଗାଣ ବର୍ଷାର ପ୍ରଭାବ ବଣ୍ଡା ଘାଟିରେ ମଧ୍ୟ ଦେଖିବାକୁ ମିଳିଛି । ବଣ୍ଡା ଘାଟିର ମୁଦୁଲିପଡ଼ାକୁ ସଂଯୋଗ କରୁଥିବା ରାସ୍ତାରେ ଭୂସ୍ଖଳନ ଯୋଗୁଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଟଛି ବଣ୍ଡା ଘାଟିର ଦୁଇଟି ପଞ୍ଚାୟତ । ସେହିପରି ମାଲକାନଗିରି ସହରରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । ପ୍ରତିବାଦରେ ରାଜରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ଲୋକେ ।  

ମାଲକାନଗିରିରେ ବନ୍ୟା ସ୍ଥିତିକୁ ନେଇ ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ଜିଲ୍ଲା ପ୍ରଶାସନ ଲୋକଙ୍କ ରକ୍ଷା କବଚ ଭଳି ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ଯେଉଁ ଜାଗାରେ ପାଣି ବଢିବାର ସମ୍ଭାବନା ଅଛି, ସେ ସବୁ ଜାଗାରୁ ଲୋକଙ୍କୁ ଆଗୁଆ ଉଚ୍ଚ ଜାଗାକୁ ନେଇ ଅବସ୍ଥାପିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।ରାଜ୍ୟରେ ଆହୁରି ୨୪ ଘଣ୍ଟା ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି ।  ଉତ୍ତର ପଶ୍ଚିମ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ସକ୍ରିୟ ରହିଥିବା ବେଳେ, ଉତ୍ତର ପଶ୍ଚିମ ଦିଗରେ ଗତି କରି ଆଗାମୀ ୧୨ ଘଣ୍ଟାରେ ଦୁର୍ବଳ ହେବ । ୨୪ ଘଣ୍ଟାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୭ ଜିଲ୍ଲା- ଗଞ୍ଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । 
ଅଧିକ ପଢନ୍ତୁ ଓଡିଶା  ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
The water is running on the pole, the movement is very slow | Argus News