ବଢୁଛି ହୀରାକୁଦ ଜଳସ୍ତର, ଆଉ ୬ ଗେଟ୍ ଖୋଲିଲା
·1 year ago·1 min read

ଅର୍ଗସ ବ୍ୟୁରୋ: ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଫୁଲୁଛି ହୀରାକୁଦ । ବୃଦ୍ଧି ପାଉଛି ଡ୍ୟାମର ଜଳସ୍ତର । ଫଳରେ ଜଳ ନିଷ୍କାସନ ପାଇଁ ହୀରାକୁଦ ଡ୍ୟାମର ଆଉ ୬ଟି ଗେଟ୍ ଖୋଲିଛି । ବର୍ତ୍ତମାନ ୨୦ଟି ଗେଟ୍ ଦେଇ ଡ୍ୟାମରୁ ବନ୍ୟାଜଳ ନିଷ୍କାସିତ ହେଉଛି ।
ଫଳରେ ତଳିଆ ଅଞ୍ଚଳର ଲୋକେ ସତର୍କ ରହିବାକୁ କୁହାଯାଇଛି । ଗେଟ୍ ଖୋଲିବା ପୂର୍ବରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ କରାଯାଇଥିଲା ।ଉପରମୁଣ୍ଡରେ ବର୍ଷା ଯୋଗୁଁ ଡ୍ୟାମର ଜଳସ୍ତର ବଢୁଥିବାରୁ ଗେଟ୍ ଖୋଲାଯାଇଛି ।
ସୂଚନାଯୋଗ୍ୟ, ଆଗକୁ ଲଘୁଚାପ ହେବାର ସମ୍ଭାବନା ଥିବାରୁ ଉପମୁଣ୍ଡରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ଫଳରେ ହୀରାକୁଦ ଡ୍ୟାମର ଜଳସ୍ତର ବୃଦ୍ଧି ପାଇବାର ସମ୍ଭବନା ରହିଛି । ଯଦି ୨୦ରୁ ଅଧିକ ଗେଟ୍ ଖୋଲିଲେ ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ଉପୁଜିବାର ଆଶଙ୍କା ରହିଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର