Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିପଦ ସଂକେତ ଉପରେ ପ୍ରବାହିତ  ଜଳକା ନଦୀର ଜଳସ୍ତର

Manini Pattanayak
Browse all articles by Manini Pattanayak
·1 year ago·1 min read
ବିପଦ ସଂକେତ ଉପରେ ପ୍ରବାହିତ  ଜଳକା ନଦୀର ଜଳସ୍ତର

ବାଲେଶ୍ୱର:  ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା ନଦୀର ଜଳସ୍ତର। ନଦୀ ର ମଥାନୀ ଠାରେ ବିପଦ ସଙ୍କେତ ୫.୫୦ ମିଟର ରହିଥିବା ବେଳେ ସକାଳ ୮ ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୬.୩୦ମିଟର ରେ ପ୍ରବାହିତ ହେଉଛି। ବନ୍ୟା ଆଶଙ୍କା ଥିବାରୁ ଭୟଭୀତ ନଦୀ କୁଳିଆ ବାସିନ୍ଦା।  ଲଘୁଚାପ ଜନିତ ଲଗାଣ ବର୍ଷାରେ କାରଣରୁ ୩ ଦିନ ଧରି ଜଳକା ନଦୀର ଉପର ମୁଣ୍ଡ ରାସଗୋବିନ୍ଦପୁର, ଶୁଳିଆପଦା,ମୋରଡା,ତିତ୍ରଡା ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି। ବସ୍ତା ଅଞ୍ଚଳରେ ମଧ୍ୟ ଗତକାଲି ପ୍ରବଳ ବର୍ଷା ହୋଇଛି।

ଯାହାଫଳରେ ଜଳକା ନଦୀର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବୃଦ୍ଧି ପାଉଥିବା ରୁ ବନ୍ୟା ଆଶଂକା ଦେଖା ଦେଇପାରେ। ବର୍ତ୍ତମାନ ଚାଷ କାମ ଚାଲିଥିବାରୁ ଚାଷକାର୍ଯ୍ୟ ବାଧାପ୍ରାପ୍ତ ହେବାର ସମ୍ଭାବନା ରହିଛି।  ବସ୍ତା ଅଞ୍ଚଳରେ ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷୀ ବିଳମ୍ବରେ ଚାଷକାର୍ଯ୍ୟ ଆରମ୍ଭ କରିଥିଲେ। କେଉଁଠି ଚାଷୀ ତଳି ଏବେ ଏବେ  ପକାଇଛନ୍ତି ଯଦି ବନ୍ୟା ହୁଏ ତାହାହେଲେ ତଳି ନଷ୍ଟ ହେବା ସହିତ ଏବେ ଏବେ ବିଭିନ୍ନ ଜଳଉତ୍ସରୁ ପାଣି ନେଇ ତଳି ରୋଇଥିବାରୁ ତାହା ପଚି ଯିବାର ଆଶଙ୍କା ଥିବାରୁ ଚିନ୍ତା ରେ ପଡିଛନ୍ତି ଚାଷି। ଯଦି ବନ୍ୟା ହୁଏ ତାହାହେଲେ ବସ୍ତା ବ୍ଲକ ୮ ଟି ଏବଂ ସଦର ବ୍ଲକର ୨ ଟି ପଞ୍ଚାୟତ ପ୍ରଭାବିତ ହେବାର ସମ୍ଭାବନା ରହିଛି। ଗତକାଲି ରାସଗୋବିନ୍ଦପୁର ଅଞ୍ଚଳରେ ୧୨୮ ମିମି,ମୋରୋଡା-୫୩ ମିମି ବର୍ଷ ରେକର୍ଡ କରିଛି ପାଣିପାଗ ବିଭାଗ। ଯାହା ପାଇଁ ଜଳସ୍ତର ବୃଦ୍ଧି ପାଉଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The water level of Jalka river is above danger mark | Argus News