ବଢୁଛି ବିଭିନ୍ନ ନଦୀର ଜଳସ୍ତର, କିନ୍ତୁ କୌଣସି ନଦୀରେ ବନ୍ୟାସ୍ଥିତି ନାହିଁ

ଭୁବନେଶ୍ୱର: ବଢୁଛି ବିଭିନ୍ନ ନଦୀର ଜଳସ୍ତର । କିନ୍ତୁ କୌଣସି ନଦୀରେ ବନ୍ୟାସ୍ଥିତି ନାହିଁ । ଲଘୁଚାପ ଜନିତ ବର୍ଷା ଯୋଗୁଁ ବ୍ରାହ୍ମଣୀ ଏବଂ ସୁବର୍ଣ୍ଣରେଖାରେ ଜଳସ୍ତର ବୃଦ୍ଧି ପାଇପାରେ ବୋଲି କହିଛନ୍ତି ଜଳସମ୍ପଦ ବିଭାଗ ମୁଖ୍ୟ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି । ବର୍ତ୍ତମାନ ହୀରାକୁଦରେ ୬୦୮.୫୮ ଘନଫୁଟ ଜଳସ୍ତର ରହିଛି । ଜଳଭଣ୍ଡାରକୁ ୧ ଲକ୍ଷ ୨୦ ହଜାର କ୍ୟୁସେକ ପାଖାପାଖି ଇନଫ୍ଲୋ ଅଛି । ଏବେ ପର୍ଯ୍ୟନ୍ତ ୬ଟି ସ୍ଳୁଇସ୍ ଗେଟ ମାଧ୍ୟମରେ ବନ୍ୟା ଜଳ ନିଷ୍କାସନ ହେଉଛି ।
୬ଟି ଗେଟ ଦ୍ବାରା ୧.୩୦ ଲକ୍ଷ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ମୁଣ୍ଡୁଳୀରେ ବନ୍ୟା ଜଳ ପ୍ରବାହିତ ହେଉଛି । ଉପର ମୁଣ୍ଡରେ ଆଜି ଆଭରେଜ ୨୪ ମିଲିମିଟର ବର୍ଷା ହୋଇଛି । ଉପର ବ୍ରାହ୍ମଣୀରେ ୨୭ ମିଲିମିଟର ବର୍ଷା ହୋଇଛି । ବୈତରଣୀରେ ବେସିନରେ ୧୧ ଏମଏମ ବର୍ଷା ହୋଇଛି । ଫଳରେ ସବୁ ଜାଗାରେ ଜଳଭଣ୍ଡାର ସ୍ତର ଅଧିକ ବୃଦ୍ଧି ପାଉଛି । ହେଲେ କୌଣସି ଜାଗାରେ ନଦୀ ଜଳସ୍ତର ବିପଦ ସଂକେତ ଉପରେ ନାହିଁ ବୋଲି କହିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ ଇଞ୍ଜିନିୟର ଭକ୍ତରଂଜନ ମହାନ୍ତି । ଏହି ଲଘୁଚାପ ପାଇଁ ବିଶେଷ କିଛି ପ୍ରଭାବ ପଡିବ ନାହିଁ । ଉପର ବ୍ରାହ୍ମଣୀରେ ବର୍ଷା ପାଇଁ ଟିକେ ଜଳସ୍ତର ବଢ଼ିପାରେ। ଆଉ ୩୦ରୁ ୪୦ହଜାର କ୍ୟୁସେ ଜଳ ବଢ଼ିପାରେ ବୋଲି ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର