ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା ଭୟ କରିବାର କୌଣସି କାରଣ ନାହିଁ

ଅର୍ଗସ ବ୍ୟୁରୋ: ଗତକାଲି ମାଲକାନଗିରି ନବରଙ୍ଗପୁର, କୋରାପୁଟ, ଗଂଜାମ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି। ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ପାଣି ଚାଲିଛି। କିନ୍ତୁ ରାଜ୍ୟରେ ବନ୍ୟା ସ୍ଥିତି ନାହିଁ। ଜୁନ ୧ରୁ ସବୁଠାରେ ଫ୍ଲଡ କଣ୍ଟ୍ରୋଲ ରୁମ ଖୋଲା ଯାଇଛି। ଗଞ୍ଜାମ, ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁରରେ ପ୍ରଚୁର ବର୍ଷା ହୋଇଛି। ଜଳଭଣ୍ଡାରରେ ପାଣି ବଢ଼ିଛି। ଗତକାଲି ସୁଦ୍ଧା ଜଳଭଣ୍ଡାର ସ୍ଥିତି ଠିକ ନଥିଲା।
ଏହି ବର୍ଷା ଭଲ, ପାହାଡିଆ ଅଂଚଳରେ ଫ୍ଲାସ ଫ୍ଲଡ ହୋଇଛି। କାରଣ ମାଲକାନଗିରିର ବହୁତ ସ୍ଥାନରେ ୨ଶହରୁ ୨୨୧ ମିଲିମିଟର ବର୍ଷା ହୋଇଛି। ତେଣୁ ରାସ୍ତା ବୁଡିଛି। ଗତ ବର୍ଷ ବାଲିମେଳା ଜଳଭଣ୍ଡାରରେ ଯାହା ସ୍ଥିତି ଥିଲା, ତାହା ବର୍ଷା ଯୋଗୁଁ ତିନି ଫୁଟ ବଢିଛି । ଇନ୍ଦ୍ରାବତୀରେ ଏବେ ୧୪ପ୍ରତିଶତ ପାଣି ଅଛି।
ଗତ ବର୍ଷ ଏହି ସମୟରେ ୨୧ପ୍ରତିଶତ ଥିଲା। ହୀରାକୁଦ ଜଳଭଣ୍ଡାର ସ୍ଥିତି ଭଲ ନାହିଁ। ଏବେ ଵି ୧୧ଫୁଟ ତଳେ ପାଣି ଅଛି। ଆଗାମୀ ଦୁଇ ଦିନରେ ଯେଉଁ ବର୍ଷା ହେବ, ଜଳଭଣ୍ଡାର ସ୍ଥିତି ଭଲ ହେବ । ବୈତରଣୀ, ବ୍ରାହ୍ମଣୀ ବେସିନରେ ବର୍ଷା ଅଛି। ଜଳଭଣ୍ଡାର ସ୍ଥିତି ସୁଧୁରିବାର ଗୋଟେ ହିଁ ଉପାୟ ବର୍ଷା । ତେଣୁ ଭୟ କରିବାର କିଛି ନାହିଁ ବୋଲି କହିଛନ୍ତି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର