Videos
|
Odisha

ରାଜ୍ୟର ୮ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗକେନ୍ଦ୍ର

Ritu Das
Browse all articles by Ritu Das
·2 years ago·1 min read
ରାଜ୍ୟର ୮ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗକେନ୍ଦ୍ର

ଅର୍ଗସ ବ୍ୟୁରୋ: ଘଡ଼ଘଡ଼ି ସହ ମଧ୍ୟମ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି । ବରଗଡ଼, ବଲାଙ୍ଗିର, ସୋନପୁର, ସୁନ୍ଦରଗଡ଼, ଝାରସୁଗୁଡ଼ାକୁ ୟେଲୋ ୱାର୍ଣ୍ଣିଂ .. ସମ୍ବଲପୁର, ନୂଆପଡ଼ା, ବୌଦ୍ଧକୁ 3 ଘଣ୍ଟା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି । ବିଭିନ୍ନ ଜିଲ୍ଲାରେ ମେଘୁଆ ପାଗ ସହ ହାଲୁକା ବର୍ଷା .. ପଶ୍ଚିମାଝଡ଼ ପ୍ରଭାବରେ ବାୟୁମଣ୍ଡଳର ମଧ୍ୟ, ଉପରିଭାଗର ନିମ୍ନଚାପ ରେଖା ପ୍ରଭାବରେ ବର୍ଷା

ଝାରସୁଗୁଡ଼ା, ସୁନ୍ଦରଗଡ଼, ନୂଆପଡ଼ା, ସମ୍ବଲପୁର, ବରଗଡ଼, ବୌଦ୍ଧରେ ଲାଗି ରହିଛି ବର୍ଷା । ସୋନପୁର, ବଲାଙ୍ଗିର, ଅନୁଗୁଳ, ଦେବଗଡ଼ର କେତେକ ଅଞ୍ଚଳରେ ମେଘୁଆ ପାଗ ସହ ହାଲୁକା ବର୍ଷା ଟ୍ଵିନ୍‌ସିଟି ଭୁବନେଶ୍ଵର ଓ କଟକର କେତେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ହାଲୁକା ବର୍ଷା ସେପଟେ ଲୋଇସିଂହାରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ଲାଗିରହିଛି। ଲୋଇସିଂହା, ପୁଇଁନ୍ତଳା, ଆଗଲପୁର ଅଞ୍ଚଳରେ ମଧ୍ୟରାତ୍ରରୁ ପବନ ସହ ବର୍ଷା ଜାରି ରହିବା ସହ କିଛି ସ୍ଥାନରେ ଚାଳ ଘର ଭାଙ୍ଗିବା ସହ ବିଦ୍ୟୁତ୍‌ ସରବରାହ ଠପ୍ ରହିଛି। 

ଅଧିକ ପଢ଼ନ୍ତୁ ପାଣିପାଗ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The weather center has | Argus News