Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପୁଣି ଏକ ଘୁର୍ଣ୍ଣିବଳୟର ସମ୍ଭାବନା, ୩୧ ରୁ ପ୍ରବଳ ଛେଚିବ

Manini Pattanayak
Browse all articles by Manini Pattanayak
·1 year ago·1 min read
ପୁଣି ଏକ ଘୁର୍ଣ୍ଣିବଳୟର ସମ୍ଭାବନା, ୩୧ ରୁ ପ୍ରବଳ ଛେଚିବ

ଭୁବନେଶ୍ୱର:  ପୁଣି ଏକ ଘୁର୍ଣ୍ଣିବଳୟର ସମ୍ଭାବନା ଦେଇଛି ପାଣିପାଗ ବିଭାଗ। ୩୧ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଘୁର୍ଣ୍ଣିବଳୟ। ଆଗକୁ  ନେଇପାରେ ଲଘୁଚାପର ରୂପ। ପ୍ରଭାବରେ ରାଜ୍ୟରେ  ୩୧ ରୁ ପ୍ରବଳ ବର୍ଷାର ସମ୍ଭାବନା ଦେଇଛି ପାଣିପାଗ   ବିଭାଗ। ଏପଟେ ମୌସୁମୀ ସହ ୩ଟି ପାଣିପାଗ ନିୟାମକର ସକ୍ରିୟତାକୁ ନେଇ ରାଜ୍ୟରେ ବର୍ଷା ଜାରି ରହିଥିବା  ବେଳେ  ଆସନ୍ତା ୨୪ ଘଂଟାରେ ଉତ୍ତର ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶା  ଓ ଉପକୂଳ ଓଡ଼ିଶାର  ବିଭିନ୍ନ  ସ୍ଥାନରେ ହାଲୁକରୁ ମଧ୍ୟମ ଧରଣର ବର୍ଷା  ସହ କିଛି ସ୍ଥାନରେ ପ୍ରବଳ  ବର୍ଷା ସମ୍ଭାବନା।

ପ୍ରବଳ ବର୍ଷା ପାଇଁ କେନ୍ଦୁଝର , ମୟୁରଭଞ୍ଜ, ବାଲେଶ୍ୱର , ଭଦ୍ରକ  ଯାଜପୁର, କେନ୍ଦ୍ରାପଡା, ଢେଙ୍କାନାଳ,କଟକ ମାଲକାନଗିରି କୋରାପୁଟ ଓ ନବରଙ୍ଗପୁର  ପାଇଁ ୟେଲୋ ବର୍ଣ୍ଣିଙ୍ଗ ଜାରି  କରିଛି ପାଣିପାଗ ବିଭାଗ।  ସେହିପରି ଆଜି  ପ୍ରବଳ  ବର୍ଷା ପାଇଁ କେନ୍ଦୁଝର ,ମୟୁରଭଞ୍ଜ, ବାଲେଶ୍ୱର ,ଭଦ୍ରକ ଓ ଯାଜପୁର ଜିଲ୍ଲାକୁ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି  ପାଣିପାଗ ବିଭାଗ। 

ଅଧିକ ପଢନ୍ତୁ ଓଡିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The weather department has given the possibility of another cyclone. | Argus News