Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଗାମୀ  ୭ ଦିନ ଯାଏ  ପାଗ ଶୁଖିଲା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ଆଗାମୀ  ୭ ଦିନ ଯାଏ  ପାଗ ଶୁଖିଲା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା

ଅର୍ଗସ ବ୍ୟୁରୋ : ରାଜ୍ୟରେ ବର୍ତ୍ତମାନ ପାଗ ଶୁଖିଲା ରହିଛି ।  ଆଗାମୀ  ୭ ଦିନ ଯାଏ  ପାଗ ମୁଖ୍ୟତ ଶୁଖିଲା ରହିବା ସହ  ଆଦ୍ରତା ଓ ଗୁଳୁଗୁଳି  ପାଇଁ  କାଁଭାଁ ସ୍ଥାନରେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତା  ୨୪ ଘଂଟାରେ କିଛି କିଛି ଜିଲ୍ଲା ବିଶେଷକରି ଉପକୂଳ ଓଡିଶାର ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା,ଜଗତସିଂପୁର ,କଟକ,ଗଂଜାମ  ଓ ପୁରୀ ଜିଲ୍ଲାର ଗୋଟେ ଓ ଦୁତି ସ୍ଥାନରେ ହାଲୁକରୁ ମଧ୍ୟମ ଧରଣର ବର୍ଷା  ହେବ ବୋଲି ଆକଳନ କରିଛି  ପାଣିପାଗ ବିଭାଗ। ସେହିପରି  ଆସନ୍ତାକାଲି  କେନ୍ଦ୍ରାପଡା,ଜଗତସିଂପୁର ,କଟକ,ଗଂଜାମ , ଗଜପତି କନ୍ଧମାଳ ନୟାଗଡ ମୟୁରଭଞ୍ଜ କେନ୍ଦୁଝର ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ  ହାଲୁକରୁ ମଧ୍ୟମ ଧରଣର  ବର୍ଷା  ହେବାକୁ ଥିବା ବେଳେ  ଅବଶିଷ୍ଟ ଜିଲ୍ଲାରେ ଶୁଖିଲା ପାଗ ରରହିବ  ବୋଲି  ସୂଚନା ଦେଇଛି  ପାଣିପାଗ  ବିଭାଗ। ଆଗାମୀ  ୭ ଦିନ ଯାଏ ଏଭଳି ପାଗ ଜାରି ରହିବ ସହ ବଡ ବର୍ଷା ପାଇଁ କୌଣସି ସତର୍କ ସୂଚନା ନଥିବା କହିଛି ବିଭାଗ । 

ଅଧିକ ପଢନ୍ତୁ : ଚଳିତ ବର୍ଷ ଶୀତ ଦେଶର ଅନେକ ରାଜ୍ୟରେ ରେକର୍ଡ ଭାଙ୍ଗିବ!

ସେପଟେ ବାୟୁମଣ୍ଡଳରେ ଆଦ୍ରତାର ପରିମାଣ ମାତ୍ରାଧିକ ଥିବାରୁ ଶୀତ ଅନୁଭବ ହେଉନଥିବା କହିଛି  ବିଭାଗ । ଏହାସହ ଦିନର ତାପମାତ୍ରା ମଧ୍ୟ  ସ୍ୱାଭାବିକ ଠାରୁ ସାମାନ୍ୟ ଉପରେ ରହୁଛି କମୁନାହିଁ। ଧୀରେ ଧୀରେ ଶୀତ ଯଦିଓ ବି ପଡ଼ିଲାଣି କିନ୍ତୁ ଏହିସବୁ କାରଣରୁ ତାହା ଅନୁଭବ ହେଉନାହିଁ ବୋଲି  କହିଛନ୍ତି। ଆଉ କିଛିଦିନ ପରେ ଅର୍ଥାତ ଆଗାମୀ ସପ୍ତାହ ଆଡକୁ ଶୀତ  ଅନୁଭବ ହେବ ବୋଲି ପୂର୍ବାନୁମାନ କରିଛି  ବିଭାଗ । ଅନ୍ୟପଟେ ଗତ ୨୪ ଘଂଟାରେ ସର୍ବାଧିକ ତାପମାତ୍ରା ପାରଳାଖେମୁଣ୍ଡିରେ ସର୍ବାଧିକ ୩୫.୪ ଡିଗ୍ରୀ ରେକର୍ଡ ହୋଇଥିବା  ବେଳେ  ସର୍ବନିମ୍ନ ତାପମାତ୍ରା ୧୬.୫ ଡିଗ୍ରୀ ରେକର୍ଡ ହୋଇଛି। 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The weather will be dry for the next 7 days, according to the weather department | Argus News