ଆସନ୍ତା ଦୁଇ ଦିନ ମଧ୍ୟରେ ପାଗରେ ପରିବର୍ତ୍ତନ ହେବ
·2 years ago

ଅର୍ଗସ ବ୍ୟୁରୋ: ଆସନ୍ତା ଦୁଇ ଦିନ ମଧ୍ୟରେ ପାଗ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ଆଗାମୀ 48 ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। 7 ଓ 8ରେ ଦକ୍ଷିଣ ଏବଂ ଉତ୍ତର ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳରେ ବର୍ଷା ହେବ।
ପଶ୍ଚିମଓଡ଼ିଶାରେ ମଧ୍ୟ ବର୍ଷା ହେବାର ପୂର୍ବାନୁମାନ କଲା ପାଣିପାଗ କେନ୍ଦ୍ର। ବର୍ଷା ହେବା ସହ ଘଣ୍ଟାପ୍ରତି ପବନର ବେଗ 40ରୁ 50 କିମି ରହିବ। ତେବେ 24 ଘଣ୍ଟାରେ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବନି ବୋଲି କୁହାଯାଇଛି। ଆସନ୍ତା 7 ଓ 8 ତାରିଖ ବେଳକୁ ତାପମାତ୍ରା 3ରୁ 6 ଡିଗ୍ରୀ ହ୍ରାସ ପାଇବ।
ଆସନ୍ତା ସକାଳ 8ଟା 30 ସୁଦ୍ଧା ରାଜଧାନୀ ଭୁବନେଶ୍ବରରେ 33.2 ଡିଗ୍ରୀ ରେକର୍ଡ ହୋଇଛି। ଭୁବନେଶ୍ଵରର ଆର୍ଦ୍ରତା 76% ଯୋଗୁଁ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି।
ଅଧିକ ପଢ଼ନ୍ତୁ ପାଣିପାଗ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: