ବଦଳିବ ପାଗ, ହ୍ରାସ ହେବ ତାପମାତ୍ରା, ପୁଣି ବଢିବ ଶୀତ
·2 years ago

ଭୁବନେଶ୍ୱର: ୧୩ ତାରିଖରୁ ରାଜ୍ୟରେ ବଦଳିବ ପାଗ । ହ୍ରାସ ହେବ ତାପମାତ୍ରା, ପୁଣି ବଢିବ ଶୀତର ପ୍ରକୋପ । ଆଗାମୀ ୨ଦିନ ଯାଏ ପାଗରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନଥିବା ବେଳେ ପରବର୍ତ୍ତୀ ସମୟରେ ବାୟୁ ଚଳାଚଳରେ ପରିବର୍ତ୍ତନ ହେତୁ ରାଜ୍ୟର ଅନେକ ସ୍ଥାନରେ ରାତ୍ରି ତାପମାତ୍ରାରେ ୨ରୁ ୩ଡିଗ୍ରୀ ଯାଏଁ ହ୍ରାସ ଘଟିବାରେ ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ସେପଟେ ଆଗାମୀ ୨ ଦିନ ଯାଏ ଘନ କୁହୁଡ଼ି ନେଇ ସତର୍କ କରାଇଛି ପାଣିପାଗ କେନ୍ଦ୍ର । ଏହି ଦୁଇ ଦିନ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଘନ କୁହୁଡ଼ି ନେଇ ଆଲର୍ଟ ଜାରି କରାଯାଇଛି । କୁହୁଡ଼ି ପାଇଁ ଦୃଶ୍ୟମାନ ଦୂରତା ୫୦ ମିଟର ରହୁଥିବାରୁ ଯାତାୟତ ବାଧାପ୍ରାପ୍ତ ହେବା ସହ ଦୁର୍ଘଟଣା ଘଟିବାର ମଧ୍ୟ ଆଶଙ୍କା ରହୁଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: