|
logo
Live

Argus News - ୨୪ ବର୍ଷର ସରକାରର ଅପାରଗତାରୁ ରାଜ୍ୟବାସୀ ଭୋଗୁଛନ୍ତି ଦୁର୍ଦ୍ଦଶା

Odisha

୨୪ ବର୍ଷର ସରକାରର ଅପାରଗତାରୁ ରାଜ୍ୟବାସୀ ଭୋଗୁଛନ୍ତି ଦୁର୍ଦ୍ଦଶା

Banajyotshna Ray
Browse all articles by Banajyotshna Ray
·1 year ago·1 min read
୨୪ ବର୍ଷର ସରକାରର ଅପାରଗତାରୁ ରାଜ୍ୟବାସୀ ଭୋଗୁଛନ୍ତି ଦୁର୍ଦ୍ଦଶା

ଅର୍ଗସ ବ୍ୟୁରୋ: ଦାଦନ ଯନ୍ତ୍ରଣାରେ ଛଟପଟ ସାରା ଓଡ଼ିଶା । 24 ବର୍ଷର ସରକାରର ଅପାରଗତାରୁ ରାଜ୍ୟବାସୀ ଭୋଗୁଛନ୍ତି ଦୁର୍ଦ୍ଦଶା । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ବେନୁପାଳ ଗାଁରୁ ଆସିଲା ପୁଣି ଦାଦନ ମୃତ୍ୟୁ ଖବର । ଗାଁର ସଞ୍ଜୟ ସ୍ୱାଇଁ ଦାଦନ ଖଟିବାକୁ ସୁରତର ଏକ ସୂତା ମିଲକୁ ଯାଇଥିଲେ । ହେଲେ ଏବେ ବାହାର ରାଜ୍ୟରେ ପଡ଼ି ରହିଛି ତାଙ୍କ ମୃତ ଦେହ । କାନ୍ଦ ବୋବାଳିରେ ପୂରା ପରିବେଶ ଫାଟି ପଡୁଥିବା ବେଳେ ମୃତ ଶରୀରକୁ ଫେରାଇ ଆଣିବାକୁ ଆକୁଳ ନିବେଦନ କରୁଛନ୍ତି ସଞ୍ଜୟଙ୍କ ସ୍ତ୍ରୀ ।

ସ୍ୱାମୀ ସଞ୍ଜୟର ମରଶରୀରକୁ ଫେରାଇ ଆଣିବା ସହ ଆର୍ଥିକ ସହାୟତା ରାଶି ପ୍ରଦାନ ପାଇଁ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି ପରିବାର ଲୋକ । ଅନ୍ୟପଟେ ରାଜ୍ୟରେ ଅପାର ସମ୍ଭାବନା ସତ୍ତ୍ୱେ ନିଯୁକ୍ତି ଦେବାରେ ବିଫଳ 24 ବର୍ଷ ହେଲା ଶାସନ ଗାଦିରେ ବସିଥିବା ବିଜେଡି ସରକାର। ଆଉ ରାଜ୍ୟ ସରକାରଙ୍କ ବିଫଳତା ଓ ଅପାରଗତା ଯୋଗୁଁ ବଢୁଛି ଓଡ଼ିଶାବାସୀଙ୍କ ଦୁର୍ଦ୍ଦଶା।

ଅଧିକ ପଢ଼ନ୍ତୁ ଓଡିଶା ଖବର:
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
୨୪ ବର୍ଷର ସରକାରର ଅପାରଗତାରୁ ରାଜ୍ୟବାସୀ ଭୋଗୁଛନ୍ତି ଦୁର୍ଦ୍ଦଶା | Argus News