ଚାଷୀଙ୍କ ନିଦ ହଜାଇ ଦେଲାଣି ଜଙ୍ଗଲୀ ହାତୀ

ଅର୍ଗସ ବ୍ୟୁରୋ: ଜଙ୍ଗଲ ପାହାଡ଼ ଘେରା ଆଦିବାସୀ ଗାଁ ଭଦୁଆଶୋଳ। ପାହାଡ଼ର ପାଦଦେଶରେ ରହିଥିବା ଏହି ଗାଁ ବହୁ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ହୋଇରହିଛି। ସଞ୍ଜ ନଇଁବା କ୍ଷଣି ଗ୍ରାମବାସୀଙ୍କୁ ହାତୀ ଭୟ ଘାରୁଛି। କେଉଁଠି ହାତୀ ସୁନାର ଫସଲ ଉଜୁଡି ଦେଉଛି ତ, କେଉଁଠି ଘର ଭାଙ୍ଗି ଦେଇଛି। ଦେଖନ୍ତୁ କିଭଳି ଲୋକେ ଘର ଉପରେ ଜରି ପାଲ ଖଞ୍ଚି ରହୁଛନ୍ତି। ହାତୀ ଉପଦ୍ରବ ରେ ଅସ୍ତବ୍ୟସ୍ତ ଜୀବନ। ବର୍ଷ ତମାମ ହାତୀ ଉପଦ୍ରବ ଯୋଗୁଁ ଆତଙ୍କିତ ସୀମାନ୍ତ ବାସୀ । ନିଦ ହଜିଛି ହାତୀ । ଶେଷରେ ସୁରକ୍ଷା ପାଇଁ ସୀମାନ୍ତ ବାସୀ ଏକପ୍ରକାର ସ୍ଥିର କରିସାରିଲେଣି ଓଡ଼ିଶା ଛାଡ଼ି ପଶ୍ଚିମ ବଙ୍ଗରେ ମିଶିବେ।
ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ଓଡ଼ିଶା ପଶ୍ଚିମବଙ୍ଗ ସୀମାନ୍ତ ଭଦୁଆଶୋଳ ପଞ୍ଚାୟତ ଭଦୁଆଶୋଳ ଗାଁର। ପାହାଡ ଜଙ୍ଗଲ ଘେରା ଏହି ଗାଁକୁ ବର୍ଷ ତମାମ ହାତୀ ଡର ଘାରିଥାଏ। ପଶ୍ଚିମବଙ୍ଗର ଦଲମା ଅଞ୍ଚଳରୁ ଓଡ଼ିଶାର ସୀମାନ୍ତ ବର୍ତ୍ତି ଅଞ୍ଚଳ ଶୁଳିଆପଦା, ମୋରଡ଼ା ଓ ରାସଗୋବିନ୍ଦପୁର ବ୍ଳକରେ ପ୍ରବେଶ କରିଥାନ୍ତି ଜଙ୍ଗଲି ହାତୀ। ଝାଡ଼ଖଣ୍ଡ ହାତୀ ପଶ୍ଚିମବଙ୍ଗରେ ପ୍ରବେଶ କଲାମାତ୍ରେ ପଶ୍ଚିମବଙ୍ଗର ବନବିଭାଗ ଓଡ଼ିଶାକୁ ଘଉଡାଇ ଦିଅନ୍ତି। ଶେଷରେ ହାତୀପଲ ଓଡ଼ିଶା ସୀମାନ୍ତରେ ପ୍ରବେଶ କରନ୍ତି। ହାତୀଙ୍କ ଆକ୍ରୋଶର ଶିକାର ହୋଇଥାନ୍ତି ସୀମାନ୍ତରେ ବଶବାସ କରୁଥିବା ନିରୀହ ଜନସାଧାରଣ । ବନ ବିଭାଗର ଉଦାସୀନତା ଖାମଖିଆଲି ମୋନଭାବ ଓ ହାତୀ ଉପଦ୍ରବରେ ଅତିଷ୍ଠ ହୋଇ ସୀମାନ୍ତବାସୀ ପଶ୍ଚିମବଙ୍ଗରେ ମିଶିବେ ବୋଲି ଏକପ୍ରକାର ସ୍ଥିର କରିସାରିଲେଣି।
ଭଦୁଆଶୋଳକୁ ହାତୀ ଡର ପ୍ରତିଦିନ ଘାରିଥିବା ବେଳେ ଏପଟେ ନିରବ ପ୍ରଶାସନ। ଯଦି ଏହି ଅଞ୍ଚଳର ସମସ୍ୟା ପ୍ରତି ପ୍ରଶାସନ ଦୃଷ୍ଟି ନଦିଏ ତେବେ ଲୋକେ ଭିଟାମାଟି ଛାଡିବେ ବୋଲି ସ୍ଥିର କଲେଣି ।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡିଶା ଖବର: