ଲାଲ ଡାଏରୀରେ ଲୁଚିଛି କେଳେଙ୍କାରୀର କଚ୍ଚା ଚିଠା

ଭୁବନେଶ୍ୱର: ଖୋଲୁଛି ମଦ ସାମ୍ରାଜ୍ୟର ଗୁମର। ମଦ କମ୍ପାନୀ ମାଲିକଙ୍କ ସହ ମାଳ ମାଳ ବିଜେଡି ନେତା ଓ ମନ୍ତ୍ରୀଙ୍କ ସମ୍ପର୍କର ଖୁଲାସା ହେଉଛି। ଦୀପକ ସାହୁଙ୍କ କମ୍ପାନୀର ଗାଡ଼ି ବ୍ୟବହାର କରୁଥିଲେ ମନ୍ତ୍ରୀ ଟୁକୁନି ସାହୁ। ସେପଟେ ଆଇଟି ରେଡରେ ଜବତ ମଦ ବେପାରୀଙ୍କ ଲାଲ୍ ଡାଏରୀକୁ ନେଇ ବଢୁଛି ଚର୍ଚ୍ଚା। ଚତୁର୍ଥ ଦିନରେ ବି ମାରାଥନ୍ ରେଡ୍। ସୁନ୍ଦରଗଡ, ବଲାଙ୍ଗିର, ଟିଟିଗଡ, ସମ୍ବଲପୁର। ଯେତେ ଖୋଳିଲେ ସେତେ ମିଳୁଛି, ବଢ଼ି ଚାଲିଛି ମଦ ସମ୍ରାଟଙ୍କ ଟଙ୍କାର ପାହାଡ଼ । ୨୫ଟି ମେସିନରେ ଟଙ୍କା ଗଣୁଛନ୍ତି ୫୦ ଜଣ SBI କର୍ମଚାରୀ । ତିନି ଟଙ୍କାରେ ଗଣାରେ ସ୍ଥିତି ଏମିତି ହେଲା ଯେ ମେସିନ୍ ବି ଫେଲ୍ ମାରିଲା । ସେଥିପାଇଁ ହାଇଦ୍ରାବାଦରୁ ଆସିଛନ୍ତି ଟେକ୍ନିସିଆନ୍। ଗତକାଲି ସୁଦପଡ଼ାର ମଦଭାଟି ମ୍ୟାନେଜର ବଣ୍ଟି ସାହୁଙ୍କ ଘରୁ ମିଳିଥିଲା ୨୦ଟି ବ୍ୟାଗ। ଯେଉଁଥିରେ ରହିଛି ୫୦ କୋଟି ଟଙ୍କା ।
ଟିଟିଲାଗଡରୁ୧୧କୋଟି ମିଳିଥିବା ବଳେ ବଲାଙ୍ଗିରରେ ୫୦କୋଟି ଗଣତି ସରିଛି । ବଲାଙ୍ଗିର ସୁଦପଡାର ଦେଶୀ ମଦଭାଟି , ବଣ୍ଟିସାହୁର ଭଡାଘର ସମେତ ଟିଟିଲାଗଡର ସଞ୍ଜୟ ସାହୁ ଓ ଦୀପକ ସାହୁଙ୍କ ଦେଶୀ ମଦଭାଟିରେ ଏବେ ବି ଆୟକର ବିଭାଗର ରେଡ୍ ଚାଲିଛି। ସେହିପରି ସୁନ୍ଦରଗଡର ମଦ ବେପାରୀ ରାଜକିଶୋର ଜୟୱାଲଙ୍କ ରାଣୀବଗିଚା ସ୍ଥିତ ଘର ଏବଂ ଅଫିସରେ ଚାଲିଛି ରେଡ୍। ସମ୍ବଲପୁରରେ ବଡବଜାରର ଦେଶୀ ମଦଭାଟି ଅଫିସରେ ଚାଲିଛି ରେଡ୍। ଏବେସୁଦ୍ଧା ବିଭିନ୍ନ ସ୍ଥାନରୁ ପ୍ରାୟ ୩୦୦ କୋଟିରୁ ଅଧିକ ଟଙ୍କା ମିଳିଥିବା ସୂନଚା। ଶହ ଶହ କୋଟିର ମଦ ଘୋଟାଲାରେ ବିଜେଡି ଲିଙ୍କ୍ ଅଭିଯୋଗ। ମଦ ବେପାରୀ ଦୀପକ ସାହୁ ଓ ମନ୍ତ୍ରୀ ଟୁକୁନି ସାହୁଙ୍କ ମଧ୍ୟରେ ଅର୍ଥନୈତିକ କାରବାର ଆସିଲା ବଡ଼ ଅଭିଯୋଗ। ଦୀପକଙ୍କ କଂପାନି ଗାଡ଼ି ମନ୍ତ୍ରୀ ଟୁକୁନି ସାହୁ ବ୍ୟବହାର କରୁଥିଲା ଚର୍ଚ୍ଚା।
ଅଭିଯୋଗ, ଟୁକୁନିଙ୍କ ସ୍ବର୍ଗତ ସ୍ବାମୀଙ୍କୁ ମିଳିଥିଲା ଏ ଉପହାର। ବଡ ପ୍ରଶ୍ନ, ଉପହାର ପଛର କାରଣ କଣ ? ବିଜେଡିର ଆଉ କେଉଁ ନେତା କେଉଁ ଉପହାର ନେଇଛନ୍ତି କି ? ଶହ ଶହ କୋଟିର ମଦ ଘୋଟାଲାରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ରାଜେନ୍ଦ୍ର ଢୋଲକିଆଙ୍କ ସମ୍ପୃକ୍ତି ଅଭିଯୋଗ। ସେହିପରି ପ୍ରଦୀପ ଅମାତ , ବିଜେଡ଼ି ନେତା ଯୋଗେଶ ସିଂଙ୍କ ଭଳି ନେତା ସଂପୃକ୍ତି ଅଭିଯୋଗ ଆଣିଛି ବିଜେପି।
ସମ୍ବେଦନଶୀଳ ପ୍ରସଙ୍ଗରେ ମୁହଁ ଏଡାଇ ଚାଲିଯାଇଛନ୍ତି ଅବକାରୀ ମନ୍ତ୍ରୀ ଅଶ୍ବିନୀ ପାତ୍ର । ପୂର୍ବତନ ଆୟକର ଅଧିକାରୀଙ୍କ ମତରେ ଯଦି ଜବତ ଟଙ୍କାର ଉତ୍ସ ବିଷୟରେ ସନ୍ତୋଷ ଜନକ ଉତ୍ତର ନମିଳେ ତେବେ ଜବତ ଟଙ୍କାର 78 ପ୍ରତିଶତ ଟ୍ୟାକ୍ସ ଦେବାକୁ ପଡିବ। ଏବଂ 78 ପ୍ରତିଶତ ଉପରେ ପୁଣି 300 ପ୍ରତିଶତ ପେନାଲଟି ମଧ୍ୟ ଦେବାକୁ ପଡିବ।
📱 Get Argus News App
✨ଶହ ଶହ କୋଟିର ମଦ ଘୋଟାଲାରେ ମିଳିଥିବା ଲାଲ୍ ଡାଏରୀ ଉପରେ ସମସ୍ତଙ୍କର ନଜର। ଲାଲ ଡାଏରୀ ଖୋଲିବ କି ମଦ ସାମ୍ରାଜ୍ୟର କଳା ଗୁମର ? ଲାଲ ଡାଏରୀରେ ଲୁଚିଛି କି ବଡ ସତ ? କୋଟି କୋଟି ଟଙ୍କାର ହିସାବ ନିକାସ ରହିଛି କି ଲାଲ ଡାଏରୀରେ ? ବିଜେଡି ଦଳର କେଉଁ ନେତାଙ୍କ ପାଖକୁ ଯାଇଛି କେତେ ଟଙ୍କା ? ନୌକରସାହାଙ୍କ ସୁରକ୍ଷାରେ ଚାଲିଥିଲା କି ଧୀରଜ ସାହୁଙ୍କ ମଦ ସାମ୍ରାଜ୍ୟ ?
ଅଧିକ ପଢନ୍ତୁ ଓଡ଼ିଶା ଖବର