|
logo
Live

Argus News - କଙ୍ଗାରୁ କୋର୍ଟ  : ସ୍ବାମୀଙ୍କ ଦେହରେ ହାତ ବାଜିଯିବାରୁ ଲଣ୍ଡା ହେଲେ ମହିଳା 

Odisha

କଙ୍ଗାରୁ କୋର୍ଟ  : ସ୍ବାମୀଙ୍କ ଦେହରେ ହାତ ବାଜିଯିବାରୁ ଲଣ୍ଡା ହେଲେ ମହିଳା 

Manini Pattanayak
Browse all articles by Manini Pattanayak
·1 year ago·1 min read
କଙ୍ଗାରୁ କୋର୍ଟ  : ସ୍ବାମୀଙ୍କ ଦେହରେ ହାତ ବାଜିଯିବାରୁ ଲଣ୍ଡା ହେଲେ ମହିଳା 

ଝାରସୁଗୁଡ଼ା : ଝାରସୁଗୁଡ଼ା ଲଇକେରାରେ କଙ୍ଗାରୁ କୋର୍ଟ । ଘରୋଇ କଳିବେଳେ ସ୍ବାମୀଙ୍କ ଦେହରେ ହାତ ବାଜିଯିବାରୁ ଲଣ୍ଡା ସହ ଜାତିରୁ ବାସନ୍ଦ ହେଲେ ମହିଳା । ଜାମମାଲ ପଞ୍ଚାୟତ ରାଉତବାହାଲ ଗାଁରୁ ସାମ୍ନାକୁ ଆସିଛି ଏଭଳି ଅଭାବନୀୟ ଘଟଣା । ଦୀର୍ଘ ବର୍ଷ ହେଲା ସ୍ବାମୀଙ୍କ ନିର୍ଯାତନା  ସହି ଆସୁଛନ୍ତି ମହିଳା । ଘରେ ସ୍ବାମୀ ମାରପିଟ୍ କରୁଥିବାବେଳେ ମହିଳା ଜଣଙ୍କ ପ୍ରତିବାଦ କରିବାରୁ ତାଙ୍କୁ ବଡ଼ ଶାସ୍ତି ସହିବାକୁ ପଡିଛି । ଗାଁରେ କଙ୍ଗାରୁ କୋର୍ଟ ବସାଇ ମହିଳାଙ୍କୁ ଲଣ୍ଡା କରାଯିବା ସହ ଜାତିରୁ ବାସନ୍ଦ କରାଯାଇଛି ।

ପରେ ଖାସି ମାଂସ ସହ ଦେଶୀ କୁକୁଡ଼ା ଭୋଜି ଓ 5 ହଜାର ଟଙ୍କା ଜୋରିମାନା ଦେଲେ ପୁଣିଥରେ ଜାତିରେ ମିଶିବାକୁ ଦିଆଯିବ ବୋଲି କୁହାଯାଇଥିଲା । ଏସବୁ ଖବର ପାଇବା ପରେ ତାମିଲନାଡ଼ୁରେ କାମ କରୁଥିବା ମହିଳାଙ୍କ ପୁଅ ଘରକୁ ଫେରି ଲଇକେରା ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ କେବେ ନେବ ଆକ୍ସନ୍ ତାକୁ ନେଇ ଉଠିଛି ପ୍ରଶ୍ନ ।
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
କଙ୍ଗାରୁ କୋର୍ଟ  : ସ୍ବାମୀଙ୍କ ଦେହରେ ହାତ ବାଜିଯିବାରୁ ଲଣ୍ଡା ହେଲେ ମହିଳା  | Argus News