Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

 ଘର ପୋଡ଼ି ଦୁଃଖ ସହିନପାରି ଜୀବନ ହାରିଲେ ମହିଳା  

Manini Pattanayak
Browse all articles by Manini Pattanayak
·2 years ago·1 min read
 ଘର ପୋଡ଼ି ଦୁଃଖ ସହିନପାରି ଜୀବନ ହାରିଲେ ମହିଳା  

ଯାଜପୁର: ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଅଳକୁଣ୍ଡ ଥାନା ବିତନା ପଞ୍ଚାୟତ ପୁରସ୍ତମପୁର ଗ୍ରାମରେ ବିଦ୍ୟୁତ୍ ସଟସର୍କିଟରୁ ଘର ପୋଡ଼ି ଲକ୍ଷାଧିକ ଟଙ୍କା ସୁନା ଗହଣା ଓ ଘରର ସମସ୍ତ ସାମଗ୍ରୀ ନଷ୍ଟ ହୋଇଯାଇଛି। ଏ ଦୁଃଖ ସହିନପାରି ଘରର ମହିଳା ଆତ୍ମହତ୍ୟା କରିବା ପରି ଘଟଣା ଘଟିଛି। ମୃତକ ହେଲେ ମହିଳା ଜନ୍ମେଜୟ ନାୟକଙ୍କ ପତ୍ନୀ ଧନୁଲତା ନାୟକ । କୌଣସି କାରଣରୁ ହଠାତ ବିଦ୍ୟୁତ୍ ସର୍ଟସର୍କିଟ ହୋଇ ନିଆଁ ଲାଗିଯାଇଥିଲା।

ଘରେ ଥିବା ସମସ୍ତ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଥିଲା । ଗ୍ରାମବାସୀଙ୍କ ସମେତ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଲିଭାଇଥିଲେ । ଘର ପୋଡ଼ିବା ପରେ ଧନୁଲତା  ସଂପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ । ବିଳମ୍ବିତ ରାତିରେ ଘର ପଛପଟେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଳକୁଣ୍ଡ ଥାନାରେ ଅଭିଯୋଗ ହୋଇଛି। ଘଟଣା ସ୍ଥଳରେ ଥାନାଧିକାରୀ ପହଞ୍ଚି ମୃତଦେହକୁ ଜବତକରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ଯାଜପୁର ମୁଖ୍ୟ ଡାକ୍ତରଖାନାକୁ ପଠାଇଥିଲେ । ଅନ୍ୟ ପଟେ ଏହି ପରିବାରକୁ ସମସ୍ତ ସରକାରୀ ସହାୟତା ପାଇଁ ଗ୍ରାମବାସୀ ମାନେ ଦାବି କରିଛନ୍ତି l

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The woman lost her life after suffering from the house fire | Argus News