Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅବକାରୀ ବିଭାଗ ପାରିଲା ନାହିଁ, ମହିଳାମାନେ କରିଦେଖାଇଦେଲେ 

Manini Pattanayak
Browse all articles by Manini Pattanayak
·1 year ago·1 min read
ଅବକାରୀ ବିଭାଗ ପାରିଲା ନାହିଁ, ମହିଳାମାନେ କରିଦେଖାଇଦେଲେ 

ମୟୂରଭଞ୍ଜ:  ଗ୍ରାମରେ ଚାଲିଥିଲା ମଦ ବେପାର । ବାରମ୍ବାର ମନା କରିବା ପରେ ମଧ୍ୟ ଚାଲିଥିଲା ଚୋରା ମଦ କାରବାର । ଶେଷରେ ଅବକାରୀ ବିଭାଗ ପାରିଲା ନାହିଁ, ଗ୍ରାମର ମହିଳାମାନେ ଏକଜୁଟ୍ ହୋଇ ମଦ ବେପାରୀକୁ କାବୁ କରିଲେ । ଆଉ ମଦ ବନ୍ଦ ଦାବିରେ ଅବକାରୀ କାର୍ଯ୍ୟାଳୟ ଘେରାଉ କରିଲେ । ଏଭଳି ଘଟଣା ଦେଖିବାକୁ ମିଳିଛି ଉଦଳା ଅବକାରୀ କାର୍ଯ୍ୟାଳୟ ସମ୍ମୁଖରେ । ସ୍ଥାନୀୟ ଥାନା ଅଧିନ ନାବରା ଗ୍ରାମରେ ସନ୍ତୋଷ କୁମାର ମହାକୁଡ ନାମକ ଜଣେ ବ୍ୟକ୍ତି ଚୋରା ଦେଶୀ ମଦ ବିକ୍ରୀ କରୁଥିବା ଗ୍ରାମର ମହିଳାମାନେ ଜାଣିବା ପରେ ଆଜି ମଦ ବିକ୍ରୀ କରୁଥିବା ବେଳେ ତାକୁ ଗ୍ରାମର ମହିଳାମାନେ ଧରିଲେ ।

ଆଉ ମଦ ବେପାରୀକୁ ଧରିବା ପରେ ତାକୁ ଅବକାରୀ ବିଭାଗକୁ ହସ୍ତାନ୍ତର କରିଥିଲେ । ହେଲେ ଏତିକିରେ ସରି ନ ଥିଲା କଥା । ଉକ୍ତ ମଦ ବେପାରୀକୁ ତୁରନ୍ତ ନ  ଛାଡିବା ସହିତ ଗ୍ରାମରେ  ମଦ ବେପାର ବନ୍ଦ କରିବା  ଦାବିରେ ଗ୍ରାମର ଶତାଧିକ ମହିଳା ଅବକାରୀ କାର୍ଯ୍ୟାଳୟ ଘେରାଉ କରିଥିଲେ । ଯାହାକି ମଦ କାରବାର ଗ୍ରାମରେ ତୁରନ୍ତ ବନ୍ଦ  କରିବାକୁ ଦାବି କରିଛନ୍ତି ଗ୍ରାମର ମହିଳା । ଦାବି ପୂରଣ ନ ହେଲେ ଆନ୍ଦୋଳନ ବ୍ୟାପକ ହେବ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।  
ଅଧିକ ପଢନ୍ତୁ ଓଡିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The women of the village united and arrested the liquor dealer | Argus News