Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News -    ଆରମ୍ଭ ହେବ ବନ୍ଦ ହୋଇ ପଡ଼ିଥିବା ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟ 

Odisha

   ଆରମ୍ଭ ହେବ ବନ୍ଦ ହୋଇ ପଡ଼ିଥିବା ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟ 

Manini Pattanayak
Browse all articles by Manini Pattanayak
·1 year ago·1 min read
   ଆରମ୍ଭ ହେବ ବନ୍ଦ ହୋଇ ପଡ଼ିଥିବା ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟ 

 ଭୁବନେଶ୍ୱର:  ଆରମ୍ଭ ହେବ ବନ୍ଦ ହୋଇ ପଡ଼ିଥିବା ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟ । ଆମ ଓଡ଼ିଶା ନବୀନ ଓଡ଼ିଶା ପାଇଁ 3 ହଜାର 457 କୋଟି ଟଙ୍କା ଅର୍ଥ ବ୍ୟବସ୍ଥା ହୋଇଥିଲା । ଆମ ଓଡ଼ିଶା ନବୀନ ଓଡ଼ିଶାରେ କେତେ ଟଙ୍କା ଦିଆଯାଇଛି, କେତେ ଖର୍ଚ୍ଚ ହୋଇଛି ଆଉ କେତେ କାଟି ଦିଆଯାଇଛି ବିଧାୟକ ତାରା ବାହିନୀ ପତିଙ୍କ ପ୍ରଶ୍ନରେ ଉତତ୍ତର ରଖିଛନ୍ତି ପଂଚାୟତି ରାଜ ମନ୍ତ୍ରୀ ।  ଆମ ଓଡ଼ିଶା ନବୀନ ଓଡିଶା ରେ ୩୪୫୭ କୋଟି ର ଟଙ୍କା ର ବ୍ୟୟ ବରାଦ ବ୍ୟବସ୍ଥା ହୋଇଥିଲା । ଏଥିରୁ ମାତ୍ର ୩୦ ରୁ ୪୦ ପ୍ରତିଶତ କାମ ହୋଇଛି । 

ବାକି କିଛି କାମ ଚାଲୁଛି । କିଛି କିଛି ସ୍ଥାନରେ ଜମି ଅଧିଗ୍ରହଣ କି କିଛି ଅଲଗା କାରଣ ବାକି ରହିଛି ତାକୁ ପୁଣି ଥରେ ଆରମ୍ଭ କରାଯିବ । ଆମ ଓଡ଼ିଶା ନବୀନ ଓଡ଼ିଶା ରେ ଯେଉଁ କାମ ହୋଇଛି ସେଥିରେ କିଛି ତଥ୍ୟ ବ୍ଲକ ଓ ପଂଚାୟତ ଲେବୁଲ ରେ ତାହା ବର୍ତ୍ତମାନ ସୁଦ୍ଧା ବିଭାଗର ହସ୍ତକ୍ଷେପ ହୋଇ ନାହିଁ । ଖୁବଶୀଘ୍ର ତଥ୍ୟ ଦାଖଲ ପାଇଁ ଆମେ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦେଇଛୁ।  ଆମ ଓଡ଼ିଶା ନବୀନ ଓଡିଶା ବଜେଟ ର ୮୦ ପ୍ରତିଶତ ଅର୍ଥ ଡ଼ିଆରଡ଼ିଏ ରହିଛି। ଆମ ଓଡ଼ିଶା ନବୀନ ଓଡିଶା ରେ ଯେଉଁ କାମ ହେଇଛି ତାହାର ଅନୁଦାନ ନିଶ୍ଚିତ ଭାବେ ଦିଆଯିବ।  

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The work of our Odisha Naveen Odisha, which has been stopped, will be started | Argus News