|
logo
Live

Argus News - ଆଜିଠୁ ଆରମ୍ଭ ହେଉଛି ବିଶ୍ୱ ପ୍ରସିଦ୍ଧ ବାଲିଯାତ୍ରା, ଚଳଚଞ୍ଚଳ ଦ୍ୱୈତ୍ୟ ନଗରୀ

Odisha

ଆଜିଠୁ ଆରମ୍ଭ ହେଉଛି ବିଶ୍ୱ ପ୍ରସିଦ୍ଧ ବାଲିଯାତ୍ରା, ଚଳଚଞ୍ଚଳ ଦ୍ୱୈତ୍ୟ ନଗରୀ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଆଜିଠୁ ଆରମ୍ଭ ହେଉଛି ବିଶ୍ୱ ପ୍ରସିଦ୍ଧ ବାଲିଯାତ୍ରା, ଚଳଚଞ୍ଚଳ ଦ୍ୱୈତ୍ୟ ନଗରୀ

ଅର୍ଗସ ବ୍ୟୁରୋ: ଆଜିଠୁ ଆରମ୍ଭ ହେଉଛି ବିଶ୍ବ ପ୍ରସିଦ୍ଧ ବାଲିଯାତ୍ରା । ଚଳଚଞ୍ଚଳ ଦ୍ୱୈତ୍ୟ ନଗରୀ । 4 ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ମହାନ ଉତ୍ସବ । ଚଳିତ ବର୍ଷ ବାଲିଯାତ୍ରାରେ ୪୩ ଏକର ଜାଗାରେ 1400ରୁ ଊର୍ଦ୍ଧ୍ୱ ଷ୍ଟଲ ହେଉଥିବା ବେଳେ ଓରମାସ ପକ୍ଷରୁ 400ରୁ ଊର୍ଦ୍ଧ୍ବ ଷ୍ଟଲ କରାଯାଇଛି । ବୈଷ୍ନବ ପାଣି ମଞ୍ଚରେ ଓଲିଉଡ କଳାକାର ଓ ଅକ୍ଷୟ ମହାନ୍ତିଙ୍କ ମଞ୍ଚରେ ବଲିଉଡ କଳାକାରଙ୍କ କାର୍ଯ୍ୟକ୍ରମ ରହିଛି । ଅକ୍ଷୟ ମହାନ୍ତି ମଞ୍ଚରେ 2 ତାରିଖରେ କଣ୍ଠଶିଳ୍ପୀ ସଚିନ ଜିଗରଙ୍କ ଯୋଡି ଓ 3 ତାରିଖରେ ଭେଟରାନ ସଂଗୀତ ନିର୍ଦ୍ଦେଶକ ଅନୁ ମଲ୍ଲିକ ସଂଗୀତ ପରିବେଷଣ କରିବେ ।

ସେହିପରି  ଓଲିଉଡର ମଧ୍ୟ ଏକାଧିକ କଳାକାରଙ୍କୁ ଦେଖିବାକୁ ପାଇବେ ଦର୍ଶକ। କଟକ ଇନ୍ କଟକ ପ୍ୟାଭିଲିୟନରେ ଗାଁ ଚାଲିଚଳନ, ସଂସ୍କୃତି, ପରମ୍ପରା ଆଦିକୁ ସ୍ଥାନ ଦିଆଯାଇଛି। ଗାଁ ପୋଖରୀ, ମନ୍ଦିର, ଗାଈ ଗୁହାଳଠାରୁ ଆରମ୍ଭ କରି ଚାଷ କାମ, ମାଟି ଘର,ଚାଟଶାଳୀ ଆଦିକୁ ସ୍ଥାନ ଦିଆଯାଇଛି। ଏହାସହ 30ଫୁଟ ଉଚ୍ଚର ବାଲୁକା କଳା ସହ ଏଲଇଡି ଲାଇଟ, ଲେଜର ଶୋ ଆଦି କରାଯାଇଛି। ସେହିପରି ଡଷ୍ଟ ଫ୍ରି ବାଲିଯାତ୍ରା ପାଇଁ ପଡିଆରେ ସ୍ୱତନ୍ତ୍ର କେମିକାଲ ବ୍ୟବହାର କରି ଧୂଳି ନ ଉଡିବା ପାଇଁ  ବ୍ୟବସ୍ଥା ମଧ୍ୟ କରାଯାଇଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଆଜିଠୁ ଆରମ୍ଭ ହେଉଛି ବିଶ୍ୱ ପ୍ରସିଦ୍ଧ ବାଲିଯାତ୍ରା, ଚଳଚଞ୍ଚଳ ଦ୍ୱୈତ୍ୟ ନଗରୀ | Argus News