Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଆସନ୍ତା ଜାନୁଆରୀ ୩ ରୁ ହେବ ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ

Odisha

ଆସନ୍ତା ଜାନୁଆରୀ ୩ ରୁ ହେବ ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ

Rashmita Mishra
Browse all articles by Rashmita Mishra
·1 year ago·1 min read
ଆସନ୍ତା ଜାନୁଆରୀ ୩ ରୁ ହେବ ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ

ଅର୍ଗସ ବ୍ୟୁରୋ: ଆସନ୍ତା ଜାନୁଆରୀ ୩ ରୁ ହେବ ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ। ୭୭ତମ ବରଗଡ଼ ଧନୁଯାତ୍ରା ମହୋତ୍ସବ ଜାନୁଆରୀ ୩ରୁ ଆରମ୍ଭ ହୋଇ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ପ୍ରଥମ ପ୍ରସ୍ତୁତି ବୈଠକ ବରଗଡ଼ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । କମିଟିର କର୍ମକର୍ତ୍ତା ଗତ ବର୍ଷର ବଜେଟ ସମ୍ପର୍କରେ ସୂଚନା ଦେଇଥିଲେ ଓ ଆସନ୍ତା ଧନୁଯାତ୍ରା କେମିତି ପାରମ୍ପରିକ ଢଙ୍ଗରେ ଭଲରେ ହେବ ସେନେଇ ଆଲୋଚନା କରାଯାଇଥିଲା ।ବରଗଡ଼ର ସମସ୍ତ ବର୍ଗଙ୍କୁ ଧନୁଯାତ୍ରା ରେ କିଭଳି ଯୋଡା ଯାଇ ପାରିବ ସେନେଇ ପଦକ୍ଷେପ ନେବାକୁ କମିଟିର ସଦସ୍ୟ ମାନେ ପ୍ରସ୍ତାବ ଦେଇଥିଲେ । ବୈଠକରେ ଆୟ ବ୍ୟୟ ଉପରେ ସଦସ୍ୟ ମାନେ ବିଭିନ୍ନ ପ୍ରଶ୍ନ ଉଠାଇଥିଲେ ଯାହାର ତଦାରଖ ପାଇଁ ବୈଷୟିକ କମିଟି ଗଠନ କରି ଅନୁଧ୍ୟାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ । ବୈଠକରେ ଧନୁଯାତ୍ରା ମହୋତ୍ସବ ସମିତିର ସଭାପତି ତଥା ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋୟଲ, ମହୋତ୍ସବ କମିଟିର ସମ୍ପାଦକଙ୍କ ସହ ବିଭିନ୍ନ କମିଟିର ସଦସ୍ୟ ଓ ଜିଲ୍ଲାର ବିଭିନ୍ନ ବିଭାଗର ଅଫିସର୍ ମାନେ ଉପସ୍ଥିତ ଥିଲେ । 

 ଅଧିକ ପଢନ୍ତୁ ଓଡ଼ିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The world famous Bargarh Archery Festival will be held from next January 3 | Argus News